କୋଲକାତା: କୋଲକାତାର ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇପିଏଲ ୨୦୨୫ର ୫୩ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆଗରେ ୨୦୭ ରନର ଲକ୍ଷ୍ୟ ରଖିଛି କୋଲକାତା ନାଇଟ ରାଇଡର୍ସ (କେକେଆର୍) ।
ଏହି ମ୍ୟାଚରେ କୋଲକାତା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ରହମାନୁଲ୍ଲା ଗୁରବାଜ ଓ ସୁନୀଲ ନାରାୟଣ ବ୍ୟାଟିଂ ଓପନ କରିଥିଲେ । ତେବେ ସୁନୀଲ ମାତ୍ର ୧୧ ରନ କରି ଆଉଟ ହୋଇଥିଲେ । ତେବେ ଗୁରବାଜ ଓ ଅଜିଙ୍କ୍ୟ ରାହାଣେଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା। ଗୁରବାଜ ୩୫ ରନ ଓ ରାହାଣେ ୩୦ ରନ କରିଥିଲେ । ଅଙ୍କକ୍ରିସ ରଘୁବଂଶୀ ୪୪ ରନ କରିଥିବାବେଳେ ଆନ୍ଦ୍ରେ ରସେଲ୍ ମାତ୍ର ୨୫ ବଲରେ ୫୭ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୬ଟି ଛକା ଓ ୪ଟି ଚୌକା ମାରିଥିଲେ । କୋଲାକାତା ନିର୍ଦ୍ଧାରିତ ୨୦ ଓଭରରେ ୨୦୬ ରନ କରିଥିଲା ।