ଆଇପିଏଲ : ରଜତ ପଟିଦାରଙ୍କ ବିସ୍ଫୋରକ ଶତକ, ଲକ୍ଷ୍ନୌ ଆଗରେ ୨୦୮ରନର ବିଜୟ ଲକ୍ଷ୍ୟ ରଖିଲା ବାଙ୍ଗାଲୋର

କୋଲକାତା : ସ୍ଥାନୀୟ ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇପିଏଲ ୨୦୨୨ର ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌ ଆଗରେ ୨୦୮ ରନର ବିଜୟ ଲକ୍ଷ୍ୟ ରନର ଲକ୍ଷ୍ୟ ରଖିଛି ବାଙ୍ଗାଲୋର ।

ଏହି ମ୍ୟାଚରେ ଲକ୍ଷ୍ନୌ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ଦଳ ରଜତ ପଟିଦାରଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୨୦୭ ରନ କରିଥିଲା । ସେ ମାତ୍ର ୫୪ ବଲରେ ୧୧୨ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୭ଟି ଛକା ଓ ୧୨ଟି ଚୌକା ମାରିଥିଲେ । ଦିନେଶ କାର୍ତ୍ତିକ ୩୭ ରନ କରିଥିବାବେଳେ ବିରାଟ କୋହଲି ୨୫ରନ କରିଥିଲେ । କିନ୍ତୁ ଓପନର ତଥା ଅଧିନାୟକ ଫାଫ ଡୁପ୍ଲେସିସ ଖାତା ଖୋଲିପାରିନଥିଲେ ।

ଲକ୍ଷ୍ନୌ ପକ୍ଷରୁ ରବି ବିଷ୍ଣୋଇ, ଅଭେସ ଖାଁ, କ୍ରୁନାଲ ପାଣ୍ଡ୍ୟା ଓ ମହସିନ ଖାଁ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ । କିନ୍ତୁ ଦୁଷ୍ମନ୍ତ ଚମିରା ନିଜର ୪ ଓଭରରେ ୫୪ ରନ ଦେଇ ସବୁଠାରୁ ମହଙ୍ଗା ସାବ୍ୟସ୍ତ ହୋଇଥିଲେ ବି ଗୋଟିଏ ବି ଓ୍ବିକେଟ ପାଇନଥିଲେ ।

ଗତ କାଲି ଖେଳାଯାଇଥିବା ପ୍ରଥମ କ୍ବାଲିଫାୟରରେ ରାଜସ୍ଥାନକୁ ୭ ଓ୍ବିକେଟରେ ହରାଇଥିଲା ଗୁଜୁରାଟ । ଆଜିର ମ୍ୟାତର ବିଜେତା ଆସନ୍ତା ୨୭ ତାରିଖରେ ଖେଳାଯିବାକୁ ଥିବା  ୨ୟ କ୍ବାଲିଫାୟାରରେ  ରାଜସ୍ଥାନକୁ ଭେଟିବ ।

ସମ୍ବନ୍ଧିତ ଖବର