ଆଇପିଏଲ : ହାଇଦ୍ରାବାଦ ଆଗରେ ୨୦୮ରନର ବିଜୟ ଲକ୍ଷ୍ୟ ରଖିଲା ଦିଲ୍ଲୀ

ମୁମ୍ବାଇ : ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୨ର ୫୦ତମ ମ୍ୟାଚରେ ହାଇଦ୍ରାବାଦ ଆଗରେ ୨୦୮ ରନର ବିଜୟ ଲକ୍ଷ୍ୟ ରଖିଛି ଦିଲ୍ଲୀ ।

ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିଥିଲା । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୨୦୭ ରନ କରିଥିଲା । ଏହି ମ୍ୟାଚରେ ଦିଲ୍ଲୀ ଦଳର ତାରକା ବ୍ୟାଟ୍ସମ୍ୟାନ ଡେଭିଡ ଓ୍ବାର୍ନରଙ୍କ ବ୍ୟାଟର ଚମକ ଦେଖିବାକୁ ମିଳିଛି । ସେ ମାତ୍ର ୫୮ଟି ବଲରୁ ବିସ୍ଫୋରକ ୯୨ ରନ କରିଥିଲେ । ସେହିପରି ମଧ୍ୟଭାଗ ବ୍ୟାଟ୍ସମ୍ୟାନ ରଭମାନ ପାଓ୍ବେଲ ବି ବିସ୍ଫୋରକ ବ୍ୟାଟିଂର ନମୁନା ଦେଖାଇଥିଲେ । ସେ ମାତ୍ର ୩୫ଟି ବଲରୁ ୬ ଛକା, ୩ ଚୌକା ସହ ୬୭ରନ କରିଥିଲେ ।

ଦିଲ୍ଲୀର ବ୍ୟାଟ୍ସମ୍ୟାନଙ୍କ ଆଗରେ ହାଇଦ୍ରାବାଦର ବୋଲରମାନେ ପ୍ରଭାବହୀନ ସାବ୍ୟସ୍ତ ହୋଇଥିଲେ । ଭୁବନେଶ୍ବର କୁମାର, ସିନ ଆବଟ, ଶ୍ରେୟାସ ଗୋପାଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଦିଲ୍ଲୀ ଏପର୍ଯ୍ୟନ୍ତ ୯ଟି ମ୍ୟାଚ ଖେଳି ୪ ବିଜୟ, ୫ ପରାଜୟ ସହ ୮ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି । ହାଇଦ୍ରାବାଦ ୯ଟି ମ୍ୟାଚରୁ ୫ ବିଜୟ ସହ ୧୦ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର