ଆଇପିଏଲ : ଡି’କକଙ୍କ ଧମାକା ବ୍ୟାଟିଂ, କୋଲକାତା ଆଗରେ ୨୧୧ରନର ବିଜୟ ଲକ୍ଷ୍ୟ ରଖିଲା ଲକ୍ଷ୍ନୌ

ମୁମ୍ବାଇ : ମୁମ୍ବାଇର ଡଃ ଡି.ଓ୍ବାଇ.ପାଟିଲ ସ୍ପୋର୍ଟସ ଏକାଡେମୀରେ ଚାଲିଥିବା ଆଇପିଏଲ ୨୦୨୨ର ୬୬ତମ ମ୍ୟାଚରେ ଏକ ବିରଳ ସଫଳତା ହାସଲ କରିଛି ଲକ୍ଷ୍ନୌ ସୁପର ଜାୟାଣ୍ଟସ । ପ୍ରଥମେ ବ୍ୟାଟିଂ କରିଥିବା ଏହି ଦଳ ନିର୍ଦ୍ଧାରିତ ୨୦ ଓଭରରେ କୌଣସି ଓ୍ବିକେଟ ନ ହରାଇ ୨୧୦ ରନ କରିଛି । ଫଳରେ କୋଲକାତା ଆଗରେ ୨୧୧ରନର ବିଜୟ ଲକ୍ଷ୍ୟ ରହିଛି ।

ଏହି ମ୍ୟାଚରେ ଲକ୍ଷ୍ନୌ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର କ୍ବିଣ୍ଟନ ଡି’କକ୍ ଓ କେଏଲ ରାହୁଲ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି କୋଲକାତା ବୋଲରମାନଙ୍କୁ ନିର୍ମମ ପ୍ରହାର କରିଚାଲିଥିଲେ । ଡି’କକ୍ ମାତ୍ର ୭୦ ବଲ ଖେଳି ୧୪୦ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୧୦ଟି ଛକା ଓ ୧୦ଟି ଚୌକା ମାରିଥିଲେ । ଅର୍ଥାତ ଛକାଚୌକାରେ ହିଁ ସେ ୧୦୦ରନ କରିଛନ୍ତି । ଅନ୍ୟପକ୍ଷରେ ରାହୁଲ ୫୧ଟି ବଲରୁ ୬୮ରନ କରିଥିଲେ । ନିଜର ଏହି ଇନିଂସରେ ସେ ୪ଟି ଛକା ଓ ୩ଟି ଚୌକା ମାରିଥିଲେ ।

କୋଲକାତାର କୌଣସି ବୋଲର ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କୁ ରୋକିବାକୁ ସମର୍ଥ ହୋଇପାରିନଥିଲେ । ଦଳର ପ୍ରମୁଖ ଷ୍ଟ୍ରାଇକ ବୋଲର ଟିମ ସାଉଦି ୪ ଓଭର ବୋଲିଂ କରି ୫୭ ରନ ଦେଇଥିଲେ । ସେହିପରି ଉମେଶ ଯାଦବ ୩୪ରନ ଓ ଆନ୍ଦ୍ରେ ରସେଲ ୪୫ ରନ ଦେଇଥିଲେ ।

 

ସମ୍ବନ୍ଧିତ ଖବର