ଇଶାନ କିଷନଙ୍କ ବିସ୍ଫୋରକ ବ୍ୟାଟିଂ, ଦକ୍ଷିଣ ଆଫ୍ରିକା ଆଗରେ ୨୧୨ ରନର ଲକ୍ଷ୍ୟ ରଖିଲା ଭାରତ

ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଚାଲିଥିବା ପ୍ରଥମ ଟି-୨୦ ଅନ୍ତର୍ଜାତୀୟରେ ଦକ୍ଷିଣ ଆଫ୍ରିକାର ଆଗରେ ୨୧୨ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ଟିମ ଇଣ୍ଡିଆ ।

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ  କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୨୧୧ ରନ କରିଥିଲା । ଏହା ଟି-୨୦ ଅନ୍ତର୍ଜାତୀୟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତର ସବୁଠାରୁ ବଡ଼ ସ୍କୋର ।

ଭାରତ ପକ୍ଷରୁ ଓପନ ଇଶାନ କିଷନ ଆଜି ନିଜର ବିସ୍ଫୋରକ ବ୍ୟାଟିଂର ନମୁନା ଦେଖାଇଥିଲେ । ସେ ମାତ୍ର ୪୮ଟି ବଲ ଖେଳି ୭୬ରନ କରିଥିଲେ । ନିଜର ଏହି ଇନିଂସରେ ସେ ୩ଟି ଛକା ଓ ୧୧ଟି ଚୌକା ମାରିଥିଲେ । ଋତୁରାଜ ଗାଇକ୍ବାଡ୍ ୨୩ରନ କରିଥିବାବେଳେ ଶ୍ରେୟସ ଆୟର ୩୬ରନ କରିଥିଲେ । ଋଷଭ ପନ୍ତ ୨୯ ଓ ହାର୍ଦ୍ଦିକ ପାଣ୍ଡ୍ୟା ୩୧ ରନ କରିଥିଲେ ।

ଆଜିର ମ୍ୟାଚ ଜିତିଲେ ଭାରତ ଲଗାତାର ସର୍ବାଧିକ ମ୍ୟାଚ ଜିତିବାର ରେକର୍ଡ କରିବ । ଭାରତ ଏବେ ଲଗାତାର ୧୨ଟି ମ୍ୟାଚ ଜିତି ଆଫଗାନିସ୍ତାନ ରେକର୍ଡର ସମକକ୍ଷ ରହିଛି । ଭାରତ ଶେଷ ଥର ପାଇଁ ଟି-୨୦ ବିଶ୍ବକପରେ ନ୍ୟୁଜିଲାଣ୍ଡ ବିପକ୍ଷରେ  ଖେଳି ପରାଜିତ ହୋଇଥିଲା ।

ସମ୍ବନ୍ଧିତ ଖବର