ଆଇପିଏଲ୍‌-୧୬: ଯଶସ୍ବୀ ଜୟସ୍ବାଲଙ୍କ ଶତକ, ମୁମ୍ବାଇକୁ ୨୧୩ ରନ୍‌ର ବିଜୟ ଲକ୍ଷ୍ୟ ଦେଲା ରାଜସ୍ଥାନ

ମୁମ୍ବାଇ: ରାଜସ୍ଥାନ ରୟାଲ୍ସର ପ୍ରାରମ୍ଭିକ ବ୍ୟାଟର ଯଶସ୍ବୀ ଜୟସ୍ବାଲ ଶତକ ହାସଲ କରିଛନ୍ତି। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୬ତମ ସଂସ୍କରଣର ୪୨ତମ ମ୍ୟାଚ୍‌ରେ ଜୟସ୍ବାଲ ରବିବାର ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଏହି ସଫଳତା ହାସଲ କରିଛନ୍ତି। ସେ ୬୨ଟି ବଲ୍‌ ଖେଳି ୧୬ଟି ଚୌକା ଓ ୮ଟି ଛକା ବଳରେ ବ୍ୟକ୍ତିଗତ ଭାବେ ୧୨୪ ରନ୍‌ କରିଛନ୍ତି। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ୱିକେଟ୍‌ ହରାଇ ୨୧୨ ରନ୍‌ କରିଛି। ଫଳରେ ଘରୋଇ ମୁମ୍ବାଇ ଦଳକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୨୧୩ ରନ୍‌ ଦରକାର ଅଛି।

 

Photo: IPL Twitter

ରାଜସ୍ଥାନ ରୟାଲ୍ସ ପାଇଁ ଯଶସ୍ବୀ ଜୟସ୍ବାଲ ଓ ଜୋସ୍‌ ବଟଲର (୧୮ ରନ୍‌) ପାଳି ଆରମ୍ଭ କରିଥିଲେ। ଉଭୟ ଖେଳାଳି ୭.୧ ଓଭରରେ ପ୍ରଥମ ୱିକେଟ୍‌ ପାଇଁ ୭୨ ରନ୍‌ର ଭାଗିଦାରୀ ହୋଇଥିଲେ। ଯଶସ୍ବୀ ଜୟସ୍ବାଲ ଆରମ୍ଭରୁ ଆକ୍ରମଣାତ୍ମକ ଭାବେ ଖେଳିଥିଲେ। ତେବେ ତାଙ୍କୁ ଭଲ ସହଯୋଗ କରିବାକୁ ଖେଳାଳି ନଥିଲେ। ରାଜସ୍ଥାନ ପାଇଁ ଅଧିନାୟକ ସଂଜୁ ସାମସନ୍‌ ୧୪, ଜସନ ହୋଲଡର ୧୧ ରନ୍‌ କରିଥିଲେ। ଦେବଦୂତ୍ତ ପଡ୍ଡିକଲ (୨ ରନ୍‌), ସିମରନ ହେଟମେୟର (୮ ରନ୍‌) ଅତି ଶସ୍ତାରେ ଆଉଟ୍‌ ହୋଇ ପାଭଲିଅନକୁ ଫେରିଥିଲେ। ମୁମ୍ବାଇ ତରଫରୁ ଅର୍ଶଦ ଖାନଙ୍କୁ ସର୍ବାଧିକ ୩ଟି ୱିକେଟ୍‌ ମିଳିଥିଲା। ପୀୟୁଷ ଚାୱଲା ୨ଜଣ ବ୍ୟାଟରଙ୍କୁ ପାଭଲିଅନ ପଠାଇଥିଲା ବେଳେ ‌ଜୋଫ୍ରା ଆର୍ଚ୍ଚର ଓ ରିଲି ମେରଡିଟ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର