ରାହୁଲ-ରାଇନାଙ୍କ ଅର୍ଦ୍ଧଶତକ, ଆର୍ୟାରଲାଣ୍ଡକୁ ୨୧୪ ରନ୍‌ ଟାର୍ଗେଟ ଦେଲା ଟିମ୍‌ ଇଣ୍ଡିଆ

ଡବଲିନ୍‌: କେ. ଏଲ୍‌. ରାହୁଲ ଓ ସୁରେଶ ରାଇନାଙ୍କ ଅର୍ଦ୍ଧଶତକ ବଳରେ ଟିମ୍‌ ଇଣ୍ଡିଆ ୨ୟ ତଥା ଅନ୍ତିମ ଟି-୨୦ରେ ଆର୍ୟାରଲାଣ୍ଡକୁ ୨୧୪ ରନ୍‌ ଟାର୍ଗେଟ ଦେଇଛି। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ଓ୍ଵିକେଟ୍‌ ହରାଇ ୨୧୩ରନ୍‌ ସଂଗ୍ରହ କରିଛି। ଡବଲିନ୍‌ର ମାଲାହାଇଡ କ୍ରିକେଟ ଷ୍ଟାଡିୟମରେ ୧୩ତମ ଓଭରରେ କେଭିନ ଓ ବ୍ରାୟନ ବ୍ୟାଟସ୍‌ମ୍ୟାନ ଲୋକେଶ ରାହୁଲଙ୍କୁ ପାଭଲିଅନ ପଠାଇଥିଲେ। ସେ ନିଜର ବଲକୁ କ୍ୟାଚ ନେଇଥିଲେ। ରାହୁଲ ୭୦ ରନ୍‌ ସଂଗ୍ରହ କରିବା ପରେ ପାଭଲିଅନ ଫେରିଥିଲେ। ୩୬ଟି ବଲ ଖେଳି ୩ଟି ଚୌକା ଓ ୬ଟି ଛକା ମାରିଥିଲେ। ୪ ନମ୍ବରରେ ରୋହିତ ଶର୍ମା ବ୍ୟାଟିଂ କରିବାକୁ ଆସି କୌଣସି ରନ୍‌ ନକରି ପାଭଲିଅନ ଫେରିଥିଲେ। ଆର୍ୟାରଲାଣ୍ଡର ୩ୟ ଶିକାର ହୋଇଥିଲେ ରୋହିତ ଶର୍ମା।

ସୁରେଶ ରାଇନା ୪୫ଟି ବଲ ଖେଳି ୬୯ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୫ଟି ଚୌକା ଓ ୩ଟି ଛକା ସାମିଲ ଥିଲା। ମନୀଷ ପାଣ୍ଡେ ଅପରାଜିତ ୨୧ ରନ୍‌ ଓ ହାର୍ଦ୍ଦିକ ପାଣ୍ଡ୍ୟା ଅପରାଜିତ ୩୨ ରନ୍‌ ଯୋଡ଼ିଥିଲେ। ୨୨ ରନ୍‌ରେ ଭାରତର ପ୍ରଥମ ଓ୍ଵିକେଟ୍‌, ୧୨୮ ରନ୍‌ରେ ୨ୟ ଓ୍ଵିକେଟ, ୧୨୮ ରନ୍‌ରେ ୩ୟ ଓ୍ଵିକେଟ ଓ ୧୬୯ ରନ୍‌ରେ ୪ର୍ଥ ଓ୍ଵିକେଟ୍‌ର ପତ୍ତନ ଘଟିଥିଲା। ଆର୍ୟାରଲାଣ୍ଡର କେଭିନ ଓ ବ୍ରାୟନଙ୍କୁ ସର୍ବାଧିକ ୩ଟି ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧିତ ଖବର