ଧର୍ମଶାଳା : ଧର୍ମଶାଳାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୬୪ତମ ମ୍ୟାଚରେ ପଞ୍ଜାବ ଆଗରେ ୨୧୪ ରନର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି ଦିଲ୍ଲୀ କ୍ୟାପିଟାଲ୍ସ ।

Advertisment

ଏହି ମ୍ୟାଚରେ ପଞ୍ଜାବ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ନୈରାଶ୍ୟଜନକ ଖେଳ ପ୍ରଦର୍ଶନ କରିଆସିଥିବା ଦିଲ୍ଲୀର ବ୍ୟାଟ୍ସମ୍ୟାନ ମାନେ ଆଜି ଚମକି ଥିଲେ । ଦୁଇ ଓପନର ଡେଭିଡ୍ ଓ୍ବାର୍ନର ଓ ପୃଥ୍ବୀ ଶ’ ପ୍ରଥମ ଓ୍ବିକେଟ ଯୋଡ଼ିରେ ୯୪ରନ କରିଥିଲେ । ଓ୍ବାର୍ନର ୪୬ରନ କରିଥିବାବେଳେ ପୃଥ୍ବୀ ଶ’ ୫୪ରନ କରିଥିଲେ । ଓ୍ବାର୍ନର ଆଉଟ ହେବାପରେ ଆସିଥିବା ରିଲି ରୋସୋ ବିସ୍ଫୋରକ ବ୍ୟାଟିଂ କରିଥିଲେ  । ସେ ମାତ୍ର ୩୭ଟି ବଲ ଖେଳି ୬ ଛକା, ୬ ଚୌକା ସହ ୮୨ରନ କରିଥିଲେ । ଅନ୍ୟପଟେ ଓ୍ବିକେଟ କିପର ଫିଲିପ୍ସ ସଲ୍ଟ ୨୬ରନ କରି ତାଙ୍କୁ ସହାୟତା କରିଥିଲେ । ଦିଲ୍ଲୀ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ବିକେଟ ହରାଇ ୨୧୩ ରନ କରିଥିଲା ।

ଚଳିତ ଆଇପିଏଲରେ ଦିଲ୍ଲୀ ଦଳର ପ୍ରଦର୍ଶନ ଅତି ନୈରାଶ୍ୟଜନକ ରହିଛି । ଦିଲ୍ଲୀ ୧୨ଟି ମ୍ୟାଚ ଖେଳି ମାତ୍ର ୪ଟିରେ ବିଜୟ ହାସଲ କରିଛି ଓ ୮ ପଏଣ୍ଟ ପାଇଁ ଟେବୁଲର ସବୁଠାରୁ ତ​ଳେ ରହିଛି । ଅନ୍ୟପକ୍ଷରେ ପଂଜାବ କିଙ୍ଗସ ୧୨ଟି ମ୍ୟାଚ ଖେଳି ୬ ବିଜୟ ସହ ୧୨ ପଏଣ୍ଟ ପାଇଛି ।