ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ଫାଇନାଲରେ ଚେନ୍ନାଇ ଆଗରେ ୨୧୫ ରନର ଏକ ବଡ଼ ବିଜୟ ଲକ୍ଷ୍ୟ ରଖିଛି ଗୁଜରାଟ ଟାଇଟନ୍ସ । ଏହି ସ୍କୋରକୁ ଆଇପିଏଲ ଫାଇନାଲରେ ସବୁଠାରୁ ବଡ଼ ସ୍କୋର ବୋଲି କୁହାଯାଉଛି । ଏହା ପୂର୍ବରୁ ୨୦୧୬ ଆଇପିଏଲ ଫାଇନାଲରେ ବାଙ୍ଗାଲୋର ବିପକ୍ଷରେ ୨୦୮ ରନ କରିଥିଲା ହାଇଦ୍ରାବାଦ ।

Advertisment

ଆଜିର ମ୍ୟାଚରେ ଚେନ୍ନାଇ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୨୧୪ରନ କରିଥିଲା । ଦଳ ପକ୍ଷରୁ ଦୁଇ ଓପନର ଶୁଭମନ ଗିଲ୍ ଓ ଋଦ୍ଧିମାନ ଶାହା ଭଲ ଆରମ୍ଭ କରିଥିଲେ । ଗିଲ୍ ୩୯ରନ ଓ ଶାହା ୫୪ରନ କରିଥିଲେ । ତେବେ ଗିଲ୍ ଆଉଟ୍ ହେବା ପରେ ଆସିଥିବା ସାଇ ସୁଦର୍ଶନ ବିସ୍ଫୋରକ ବ୍ୟାଟିଂ କରିଥିଲେ । ସେ ମାତ୍ର ୪୭ଟି ବଲରୁ ୯୬ରନ କରିଥିଲେ । ସେ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିଲେ ବି ଦଳ ପାଇଁ ଏକ ସୁରକ୍ଷିତ ସ୍କୋର ଛିଡ଼ା କରିଦେଇଥିଲେ । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ୨୧ରନ କରିଥିଲେ ।