ମୋହାଲି : ମୋହାଲିଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୪୬ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଆଗରେ ୨୧୫ ରନର ବିଜୟ ଲକ୍ଷ୍ୟ ରଖିଛି ପଞ୍ଜାବ କିଙ୍ଗସ୍ ।

Advertisment

ଏହି ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ପଂଜାବ ପକ୍ଷରୁ ୨୦ଓଭରରେ ୩ ଓ୍ବିକେଟ ହରାଇ ୨୧୪ ରନ କରାଯାଇଥିଲା । ଦଳ ପକ୍ଷରୁ ଲିଆମ ଲିଭିଙ୍ଗଷ୍ଟୋନ ଅପରାଜିତ ୮୨ ରନ କରିଥିବାବେଳେ ଜିତେଶ ଶର୍ମା ୪୯ ରନ କରିଥିଲେ । ଲିଭିଙ୍ଗଷ୍ଟୋନ ମାତ୍ର ୪୨ଟି ବଲରେ ୪ଟି ଛକା ଓ ୭ଟି ଚୌକା ସହ ଏହି ସ୍କୋର କରିଥିଲେ ।  ସେହିପରି ଶିଖର ଧଓ୍ବନ ୩୦ରନ ଓ ମାଥ୍ୟ ସର୍ଟ ୨୭ରନ କରିଥିଲେ । ମୁମ୍ବାଇ ପକ୍ଷରୁ ପିୟୁଷ ଚାଓ୍ବଲା ୨ଟି ଓ ଅରସଦ ଖାଁ ଗୋଟିଏ ଓ୍ବିକେଟ ନେଇଥିଲେ ।

ଆଇପିଏଲରେ ବୁଧବାରଦିନ ୨ଟି ମ୍ୟାଚ ଥିବାବେଳେ ପ୍ରଥମ ମ୍ୟାଚଟି ଲକ୍ଷ୍ନୌ ଓ ଚେନ୍ନାଇ ସୁପରକିଙ୍ଗସ ମଧ୍ୟରେ ଥିଲା । କିନ୍ତୁ ବର୍ଷା କାରଣରୁ ମ୍ୟାଚଟି ଅଧାରୁ ବନ୍ଦ ହୋଇଯାଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ୧୯.୨ ଓଭରରେ ୭ ଓ୍ବିକେଟ ହରାଇ ୧୨୫ରନ କରିଥିଲା । ଏହା ପରେ ବର୍ଷା ହେବାରୁ ମ୍ୟାଚ ଅମିମାଂସିତ ଭାବେ ଶେଷ ହୋଇଥିଲା ।