ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୨୩ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆଗରେ ବିଜୟ ପାଇଁ ୨୧୮ ରନର ଲକ୍ଷ୍ୟ ରଖିଛି ଗୁଜରାଟ ଟାଇଟାନ୍ସ ।
ଏହି ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଗୁଜରାଟ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୧୭ ରନ କରିଥିଲା । ଦଳର ଅଧିନାୟକ ଶୁଭମନ ଗିଲ୍ ମାତ୍ର ୨ ରନ କରି ଆଉଟ ହୋଇଥିବା ସତ୍ତ୍ବେ ସାଇ ସୁଦର୍ଶନଙ୍କ ସହ ଜସ୍ ବଟଲର ଓ ଶାହରୁଖ ଖାଁଙ୍କ ମଧ୍ୟରେ ଦୁଇଟି ଭଲ ପାର୍ଟନରସିପ୍ ଦେଖିବାକୁ ମିଳିଥିଲା । ସାଇ ସୁଦର୍ଶନ ୮୨ ରନ କରିଥିବାବେଳେ ଜସ୍ ବଟଲର ଓ ଶାହରୁଖ ଖାଁ ୩୬ ରନ ଲେଖାଏଁ କରିଥିଲେ । ସେହିପରି ରାହୁଲ ତେଓ୍ବାତିଆ ୨୪ ରନ କରିଥିଲେ । ରାଜସ୍ଥାନ ପକ୍ଷରୁ ମହିଶ ତିକସନା ଓ ତୁଷାର ଦେଶପାଣ୍ଡେ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।