ଆଇପିଏଲ : ସୂର୍ଯ୍ୟକୁମାରଙ୍କ ଶତକ, ଗୁଜରାଟ ଆଗରେ ୨୧୯ ରନର ଲକ୍ଷ୍ୟ ରଖିଲା ମୁମ୍ବାଇ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୫୭ତମ ମ୍ୟାଚରେ ଗୁଜରାଟ ଆଗରେ ୨୧୯ ରନର ଲକ୍ଷ୍ୟ ରଖିଛି । ଏହି ମ୍ୟାଚରେ ସୂର୍ଯ୍ୟକୁମାର ଯାଦବ ନିଜର ବିସ୍ଫୋରକ ବ୍ୟାଟିଂର ଚମକ ଦେଖାଇ ଏକ ଚମତ୍କାର ଶତକ ହାସଲ କରିଛନ୍ତି ।

ଏହି ମ୍ୟାଚରେ ଗୁଜରାଟ ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇର ଦୁଇ ଓପନର ରୋହିତ ଶର୍ମା ଓ ଇଶାନ କିଷନ ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ରୋହିତ ୨୯ରନ ଓ ଇଶାନ ୩୧ରନ କରିଥିଲେ । କିନ୍ତୁ ସୂର୍ଯ୍ୟକୁମାର ଯାଦବ ଆଜି ନିଜର ପୁରୁଣା ଫର୍ମ ଫେରି ପାଇବା ସହ ନିଜ ବିସ୍ଫୋରକ ବ୍ୟାଟିଂର ଚମକ ଦେଖାଇଥିଲେ । ସେ ମାତ୍ର ୪୯ଟି ବଲରୁ ୬ଟି ଛକା ଓ ୧୧ଟି ଚୌକା ସହ ୧୦୩ରନ କରିଥିଲେ । ବିଷ୍ଣ ବିନୋଦ ୩୦ ରନ କରିଥିଲେ । ଗୁଜରାଟ ପକ୍ଷରୁ ରସିଦ ଖାଁ ୪ଟି ଓ୍ବିକେଟ ନେଇଥିବାବେଳେ ମୋହିତ ଶର୍ମା ୧ଟି ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧିତ ଖବର