ମୁମ୍ବାଇ: ଆୟୋଜକ ଇଂଲଣ୍ଡ ନିଜ ମାଟିରେ ପ୍ରଥମ ବିଶ୍ବକପ୍ ଜିତିପାରିବ ବୋଲି କହିଛନ୍ତି ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ସୁନିଲ ଗାଭାସ୍କର। ଚଳିତ ମାସ ୩୦ ତାରିଖରୁ ଆରମ୍ଭ ହେବାକୁଥିବା ଏହି ପ୍ରତିଯୋଗିତାର ସେମିଫାଇନାଲ୍କୁ ଇଂଲଣ୍ଡ ସହ ଭାରତ, ଅଷ୍ଟ୍ରେଲିଆ, ୱେଷ୍ଟ୍ଇଣ୍ଡିଜ୍ ମଧ୍ୟ ପ୍ରବେଶ କରିବେ ବୋଲି ସେ ପୂର୍ବାନୁମାନ ଲଗାଇଛନ୍ତି। ଉଦ୍ଘାଟନୀ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଭେଟି ଇଂଲଣ୍ଡ ବିଶ୍ବକପ୍ ଅଭିଯାନ ଆରମ୍ଭ କରିବ। ୨୦୧୫ ବିଶ୍ବକପ୍ରୁ ଆକସ୍ମିକ ଭାବେ ବିଦାୟ ନେଇଥିବା ଏହି ଦଳ ଏବେ ପୁରା ବଦଳି ଯାଇଛି। ଏହି ବିପର୍ଯ୍ୟୟ ପରେ ଦଳ କ୍ରିକେଟିଂ ବ୍ୟବହାରରେ ପରିବର୍ତନ କରିଦେଇଛି। ଦୃଢ଼ ମନୋବଳ ସହ ଖେଳୁଛି ଏବଂ ନିରନ୍ତର ଭାବେ ଶ୍ରେଷ୍ଠ ପ୍ରଦର୍ଶନ ଦେଇ ଆସୁଛି। ମୋ ମତରେ ଇଂଲଣ୍ଡ ଆୟୋଜକ ଥିବାରୁ ଏହାର ଫାଇଦା ନିଶ୍ଚିତ ନେବ। କାରଣ ଶେଷ ଦୁଇ ବିଶ୍ବକପ୍ରେ ଆୟୋଜକ ଦଳ ହିଁ ବିଜେତା ହୋଇଥିଲେ। ଯେପରିକି ୨୦୧୫ରେ ଅଷ୍ଟ୍ରେଲିଆ ଏବଂ ଏହାର ୪ ବର୍ଷ ପୂର୍ବରୁ ଭାରତ ଟ୍ରଫି ଜିତିଥିଲା। ଇଂଲଣ୍ଡ ପସନ୍ଦର ଦଳ ତଥାପି କିଛି ବି ହୋଇପାରେ ବୋଲି ଗାଭାସ୍କର କହିଛନ୍ତି। ଷ୍ଟିଭେନ୍ ସ୍ମିଥ୍ ଓ ଡେଭିଡ୍ ୱାର୍ନର ଦଳକୁ ଫେରିଥିବାରୁ ଅଷ୍ଟ୍ରେଲିଆ ମଧ୍ୟ ଦାବିଦାର ତାଲିକାରେ ରହିଛି। ସେହିଭଳି ୱେଷ୍ଟଇଣ୍ଡିଜ୍ କିଛି ବି କରିପାରେ। ବିରାଟ କୋହଲିଙ୍କ ଭାରତୀୟ ଦଳ ମଧ୍ୟ ଭଲ ଲଢ଼େଇ କରିପାରିବ ବୋଲି ଏହି ୬୯ ବର୍ଷୀୟ ପୂର୍ବତନ ଭାରତୀୟ ଅଧିନାୟକ ପ୍ରକାଶ କରିଛନ୍ତି। ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ପ୍ରତିଯୋଗିତା ନିଶ୍ଚିତ ଚମତ୍କାର ହେବ ବୋଲି ୧୯୮୩ ବିଶ୍ବ ବିଜେତା ଭାରତୀୟ ଦଳର ସଦସ୍ୟ ଥିବା ଗାଭାସ୍କର ମତ ରଖିଛନ୍ତି।
ଆଉ ୨୨ ଦିନ, ଇଂଲଣ୍ଡ ବିଶ୍ବକପ୍ ଦାବିଦାର: ଗାଭାସ୍କର
/sambad/media/post_attachments/wp-content/uploads/2019/05/Untitled-11-3.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)