ବିଶ୍ବକପ୍ ଫୁଟବଲ ପ୍ରସ୍ତୁତି ପାଇଁ କେତେ ଖର୍ଚ୍ଚ କରିଛି କାତାର ? ଜାଣିଲେ ଆଶ୍ଚର୍ଯ୍ୟ ହେବେ

ଦୋହା : ରବିବାର ଅର୍ଥାତ୍ ନଭେମ୍ବର ୨୦ରୁ  ମଧ୍ୟପ୍ରାଚ୍ୟ ଦେଶ କାତାରରେ ଆରମ୍ଭ ହେଉଛି ବିଶ୍ବକପ୍ ଫୁଟବଲ୍ । ଏଥିପାଇଁ ସମଗ୍ର ପ୍ରସ୍ତୁତ ଚୂଡ଼ାନ୍ତ ହୋଇଛି । ପ୍ରଥମ ମ୍ୟାଚ ଆୟୋଜକ କାତାର ଓ ଇକ୍ବେଡର ମଧ୍ୟରେ ଖେଳାଯିବ । ଏହି ବିଶ୍ବକପକୁ କୁହାଯାଉଛି ସବୁଠାରୁ ମହଙ୍ଗା ବିଶ୍ବକପ୍ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ବିଶ୍ବକପ ଆୟୋଜନ ପାଇଁ କେତେ ବ୍ୟୟ କରିଛି କାତାର ?

ଆମେରିକୀୟ ସ୍ପୋର୍ଟ୍ସ ଫାଇନାନ୍ସ କନସଲଟାନ୍ସି ସଂସ୍ଥା ଫ୍ରଣ୍ଟ ଅଫିସ ସ୍ପୋର୍ଟ୍ସର ତଥ୍ୟ ଅନୁସାରେ ୨୦୨୦ରେ ଆୟୋଜକ ଘୋଷଣା ହେବା ପରଠାରୁ କାତାର ସରକାର ଏହି ବିଶ୍ବକପ୍ ଆୟୋଜନ କରିବା ପାଇଁ ମୋଟ ୨୨୦ ବିଲିୟନ ଡଲାର ବ୍ୟୟ କରିଛି । ଭାରତୀୟ ମୁଦ୍ରାରେ ଏହାର ମୂଲ୍ୟ ହେବ ପ୍ରାୟ ୧୮ ଲକ୍ଷ କୋଟି ଟଙ୍କା ।

ଏହି ବିଶ୍ବକପରେ ମୋଟ ୮ଟି ଷ୍ଟାଡିୟମରେ ଖେଳ ହେବ । ଏହା ମଧ୍ୟରୁ ୬ଟି  ଷ୍ଟାଡିୟମକୁ ସଂପୂର୍ଣ୍ଣ ନୂଆ ତିଆରି କରାଯାଇଛି ଓ ୨ଟି ଷ୍ଟାଡିୟମର ନବୀକରଣ କରାଯାଇଛି । ଏଥିପାଇଁ ୬ରୁ ୧୦ ବିଲିୟନ ଡଲାର ମଧ୍ୟରେ ବ୍ୟୟ ହୋଇଛି ।

ଅବଶିଷ୍ଟ ୨୧୦ ବିଲିୟନ ଡଲାର ନୂଆ ଏୟାରପୋର୍ଟ, ହୋଟେଲ, ପରିବହନ ବ୍ୟବସ୍ଥା, ପାର୍କିଂ ବ୍ୟବସ୍ଥା, ଟ୍ରେନିଂ ସେଣ୍ଟର, ସଡ଼କ ଆଦି ନିର୍ମାଣରେ ବ୍ୟୟ ହୋଇଛି । ଦୋହା ମେଟ୍ରୋ ପାଇଁ ୩୬ ବିଲିୟନ ଡଲାର ବ୍ୟୟ ହୋଇଥିବାବେଳେ ଦୋହାରେ ନିର୍ମିତ ଏକ ହୋଟେଲ କଂପ୍ଲେକ୍ସ ପାଇଁ ୧୫ ବିଲିୟନ ଡଲାର ବ୍ୟୟ ହୋଇଛି ।

 

ସମ୍ବନ୍ଧିତ ଖବର