ଦିଲ୍ଲୀ ଆଗରେ ୨୨୦ ରନର ବିଜୟ ଲକ୍ଷ୍ୟ ରଖିଲା ହାଇଦ୍ରାବାଦ

ଦୁବାଇ :  ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମଠାରେ ଆଜି ଖେଳାଯାଉଥିବା  ଚଳିତ ଆଇପିଏଲର ୪୭ ତମ ମ୍ୟାଚରେ ହାଇଦ୍ରାବାଦ ଦିଲ୍ଲୀ ଆଗରେ ୨୨୦ ରନର ବିଶାଳ ବିଜୟ ଲକ୍ଷ୍ୟ ରଖିଛି ।

ହାଇଦ୍ରାବାଦ ପକ୍ଷରୁ ଅଧିନାୟକ ଡେଭିଡ୍ ଓ୍ବାର୍ଣ୍ଣର ଓ ଋଦ୍ଧିମାନ ଶାହା ପ୍ରଥମ ଓ୍ବିକେଟ ଯୋଡ଼ିରେ ୧୦୭ ରନ କରି ଦଳକୁ ଏକ ମଝବୁତ ମୂଳଦୁଆ ଦେଇଥିଲେ । ଓ୍ବାର୍ଣ୍ଣର ୩୪ ବଲରେ ୬୬ ରନ କରିଥିବାବେଳେ ଋଦ୍ଧିମାନ ଶାହା ମାତ୍ର ୪୫ ବଲରେ ୮୭ ରନ କରିଥିଲେ । ମନିଶ ପାଣ୍ଡେ ୪୪ ରନ ଓ କେନ ଓ୍ବିଲିୟମସନ ୧୧ ରନ କରି ଅପରାଜିତ ଥିଲେ । ଫଳରେ ଦଳ ୨୦ ଓଭରରେ ୨୧୯ ରନ କରିଥିଲା ।

ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସ ଚମକପ୍ରଦ ପ୍ରଦର୍ଶନ କରିଛି । ଦିଲ୍ଲୀ ଏପର୍ଯ୍ୟନ୍ତ ୧୧ଟି ମ୍ୟାଚ ଖେଳି ୭ ବିଜୟ ୪ ପରାଜୟ ସହ ୧୪ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୨ୟ ସ୍ଥାନରେ ରହିଛି । ମାତ୍ର ହାଇଦ୍ରାବାଦ ଦଳ ୧୧ଟି  ମ୍ୟାଚ ଖେଳି ୪ ବିଜୟ ୭ ପରାଜୟ ସହ ୮ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି ।

ସମ୍ବନ୍ଧିତ ଖବର