ଆଇପିଏଲ : ରାଜସ୍ଥାନ ରୟାଲ୍ସ ଆଗରେ ୨୨୦ ରନର ଲକ୍ଷ୍ୟ ରଖିଲା ପଞ୍ଜାବ କିଙ୍ଗସ୍

ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମଠାରେ ଖେ​ଳାଯାଉଥିବା ଆଇପିଏଲ ୨୦୨୫ର ୫୯ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆଗରେ ୨୨୦ ରନର ଲକ୍ଷ୍ୟ ରଖିଛି ପଞ୍ଜାବ କିଙ୍ଗସ୍ ।

ipl

ଜୟପୁର : ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମଠାରେ ଖେ​ଳାଯାଉଥିବା ଆଇପିଏଲ ୨୦୨୫ର ୫୯ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆଗରେ ୨୨୦ ରନର ଲକ୍ଷ୍ୟ ରଖିଛି ପଞ୍ଜାବ କିଙ୍ଗସ୍ ।

ଏହି ମ୍ୟାଚରେ ପଞ୍ଜାବ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଆରମ୍ଭରୁ ଦଳ ବେଶ କେତୋଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ପ୍ରିୟାଂଶ ଆର୍ଯ୍ୟା ୯ ରନ, ପ୍ରଭସିମରନ ସିଂ ୨୧ ରନ ଓ ମିଚେଲ ଓଓ୍ବେନ୍ ୦ ରନ କରି ଆଉଟ ହୋଇଥିଲେ । ତେବେ ନିହାଲ ଓ୍ବାଧେରାଙ୍କ ୭୦ ରନର ଏକ ଲଢୁଆ ଇନିଂସ ପଞ୍ଜାବକୁ ବିପଦ ମୁକ୍ତ କରିଥିଲା ଓ ସ୍କୋରକୁ ଏକ ସୁରକ୍ଷିତ ସ୍ତରକୁ ନେଇଯାଇଥିଲା । ଅଧିନାୟକ ଶ୍ରେୟସ ଆୟର ୩୦ ରନ କରିଥିବାବେଳେ ଶଶାଙ୍କ ସିଂ ଅପରାଜିତ ୫୯ ରନ କରିଥିଲେ । ସେହିପରି ଅଜମାତୁଲ୍ଲା ଓମର୍ତଜାଇ ୨୧ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୨୧୯ ରନ କରିଥିଲା । ରାଜସ୍ଥାନ ପକ୍ଷରୁ ତୁଷାର ଦେଶପାଣ୍ଡେ ୨ଟି ଓ୍ବିକେଟ ନେଇଥିବାବେଳେ ରିୟାନ ପରାଦ, ଆକାସ ମାଧଓ୍ବଲ ଓ କ୍ବେନା ମଫାକା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe