ଆଇପିଏଲ : ବଟଲରଙ୍କ ବିସ୍ଫୋରକ ଶତକ, ହାଇଦ୍ରାବାଦ ଆଗରେ ୨୨୧ ରନର ବିଜୟ ଲକ୍ଷ୍ୟ ରଖିଲା ରାଜସ୍ଥାନ 

ନୂଆଦିଲ୍ଲୀ :  ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମଠାରେ ଚାଲିଥିବା ଆଇପିଏଲ ୨୦୨୧ର ୨୮ ତମ ମ୍ୟାଚରେ ହାଇଦ୍ରାବାଦ ଆଗରେ ୨୨୧ ରନର ବିଜୟ ଲକ୍ଷ୍ୟ ରଖିଛି ।

ଆଜି ସନରାଇଜର୍ସ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ଆରମ୍ଭରୁ ଯ଼ଶସ୍ବୀ ଜୟସ୍ବାଲଙ୍କୁ ହରାଇଥିଲା । ତେବେ ଆଜି ରାଜସ୍ଥାନର ଅନ୍ୟତମ ଓପନର ଜସ ବଟଲର ନିଜର କରିସ୍ମା ଦେଖାଇଥିଲେ । ସେ ମାତ୍ର ୬୪ରେ ୧୨୪ ରନର ଏହ ବିସ୍ଫୋରକ ଇନିଂସ ଖେଳିଥିଲେ ।ନିଜର ଏହି ଇନିଂସରେ ସେ ୮ଟି ଛକା ଓ ୧୧ଟି  ଚୌକା ମାରିଥିଲେ । ଅଧିନାୟକ ସଂଜୁ ସାମସନ ୪୮ ରନ କରି୬ବା ସହ ବଟଲରଙ୍କ ସହିତ ଏକ ବଡ଼ ପାର୍ଟନରସିପ କରିଥିଲେ । ଏହା ଫଳରେ ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୨୨୦ ରନ କରିଥିଲା ।

ହାଇଦ୍ରାବାଦ ପକ୍ଷରୁ ସଂଦୀପ ଶର୍ମା, ରସିଦ ଖାଁ ଓ ବିଜୟ ଶଙ୍କର ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ  ।

ସମ୍ବନ୍ଧିତ ଖବର