କୋଲକାତା ଆଗରେ ୨୨୧ ରନର ବିଶାଳ ଲକ୍ଷ୍ୟ ରଖିଲା ଚେନ୍ନାଇ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ଖେଳାଯାଉଥିବା ଚଳିତ ଆଇପିଏଲର ୧୫ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ କୋଲକାତା ନାଇଟ ରାଇଡର୍ସ ଆଗରେ ୨୨୧ ରନର ବିଶାଳ ଲକ୍ଷ୍ୟ ରଖିଛି ।

ଆଜି କୋଲକାତା ଟସ ଜିତି ଚେନ୍ନାଇକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଚେନ୍ନାଇ ପକ୍ଷରୁ ଲଢୁଆ ବ୍ୟାଟିଂର ପ୍ରଦର୍ଶନ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ଓ୍ବିକେଟ ହରାଇ ୨୨୦ ରନ କରିଥିଲା । ଦଳ ପକ୍ଷରୁ ଋତୁରାଜ ଗାଇକ୍ବାଡ୍ ୬୪ ରନ, ଫାଫ ଡୁ ପ୍ଲେସିସ ଅପରାଜିତ ୯୫ ରନ, ମୋଇନ ଅଲ୍ଲୀ ୨୫ ରନ ଓ ମହେନ୍ଦ୍ର ସିଂ ଧୋନୀ ୧୭ ରନ କରିଥିଲେ ।

ଚେନ୍ନାଇ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳି ୨ ବିଜୟ ୧ ପରାଜୟ ସହ ୪ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି । ମାତ୍ର କୋଲକାତା ୩ଟି ମ୍ୟାଚ ଖେଳି ୧ ବିଜୟ, ୨ ପରାଜୟ ସହ ୨ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି । ଆଜିର ମ୍ୟାଚ ଜିତିଲେ ଚେନ୍ନାଇ ନିଜର ସ୍ଥିତିରେ ଉନ୍ନତି କରିବ ।

ସମ୍ବନ୍ଧିତ ଖବର