ଓ୍ବାଙ୍ଖଡେରେ ବଟଲର ଧମାକା, ଦିଲ୍ଲୀ ଆଗରେ ୨୨୩ ରନର ଲକ୍ଷ୍ୟ ରଖିଲା ରାଜସ୍ଥାନ

ମୁମ୍ବାଇ : ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମଠାରେ ଆଜି ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ ଜସ୍ ବଟଲରଙ୍କ ଧମାକା ଦେଖିବାକୁ ମିଳିଛି । ତାଙ୍କର ନିର୍ମମ ପ୍ରହାରରେ ଦିଲ୍ଲୀର ବୋଲରମାନେ ଛତ୍ରଭଙ୍ଗ ଦେଇଥିଲେ । ତାଙ୍କର ବିସ୍ଫୋରକ ଶତକ ବଳରେ ଦିଲ୍ଲୀ ଆଗରେ ୨୨୩  ରନର ବିଶାଳ ଲକ୍ଷ୍ୟ ରଖିଛି ରାଜସ୍ଥାନ ।

ସେ ମାତ୍ର ୬୫ ବଲରୁ ବିସ୍ଫୋରକ ୧୧୬ ରନ କରିଥିଲେ । ନିଜର ଏହି ବିସ୍ଫୋରକ ଇନିଂସରେ ସେ ୯ଟି ଚୌକା ଓ ୯ଟି ଛକା ମାରିଥିଲେ । ଚଳିତ ଆଇପିଏଲ ସିଜିନରେ ଏହା ହେଉଛି ତାଙ୍କର ୩ୟ ଶତକ ଓ ଆଇପିଏଲ କ୍ୟାରିୟରରେ ଏହା ତାଙ୍କର ୪ର୍ଥ ଶତକ । ତାଙ୍କ ସହ ଓପନିଂ ଆସିଥିବା ଦେବଦତ୍ତ ପଡିକଲ୍ଲ ୫୪ ରନ କରିଥିଲେ ।

ଏହି ମ୍ୟାଚରେ ଦିଲ୍ଲୀ ଟସ ଜିତି ରାଜସ୍ଥାନକୁ ବୋଲିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରୁଥିବା ରାଜସ୍ଥାନ ୨୦ ଓଭରରେ ୨୨୨ ରନ କରିଥିଲା ।

ଚଳିତ ଆଇପିଏଲରେ ରାଜସ୍ଥାନ ରୟାଲ୍ସ ୬ଟି ମ୍ୟାଚରୁ ୪ ବିଜୟ ୨ ପରାଜୟ ସହ ୮ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି । ଦିଲ୍ଲୀ ୬ ମ୍ୟାଚରୁ ୩ ବିଜୟ ସହ ୬ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୬ଷ୍ଠ ସ୍ଥାନରେ ରହିଛି ।

 

ସମ୍ବନ୍ଧିତ ଖବର