ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ.ଚିନ୍ନାସ୍ବାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ୨୪ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗୋଲର ଆଗରେ ୨୨୭ ରନର ବିଜୟ ଲକ୍ଷ୍ୟ ରଖିଛି ଚେନ୍ନାଇ ସୁପରକିଙ୍ଗସ୍ ।

Advertisment

ଏହି ମ୍ୟାଚରେ ବାଙ୍ଗାଲୋର ଦଳ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୨୬ ରନ କରିଥିଲା । ଦଳ ପକ୍ଷରୁ ଡେଭନ କନଓ୍ବେ ସର୍ବାଧିକ ୮୩ ରନ କରିଥିଲେ । ସେ ମାତ୍ର ୪୫ଟି ବଲରୁ ୬ଟି ଛକା ଓ ୬ଟି ଚୌକା ସହ ଏହି ସ୍କୋର କରିଥିଲେ । ଶିବମ ଦୁବେ ୫୨ରନ ଓ ଅଜିଙ୍କ୍ୟ ରାହାଣେ ୩୭ ରନ କରିଥିଲେ । ମୋଇନ ଅଲ୍ଲି ୧୯ରନ କରିଥିବାବେଳେ ଅମ୍ବାତି ରାୟଡୁ ୧୪ରନ କରିଥିଲେ ।

ବାଙ୍ଗାଲୋର ପକ୍ଷରୁ ମହମ୍ମଦ ସିରାଜ, ଓ୍ବେନ ପାର୍ନେଲ, ବିଜୟ କୁମାର ବିସାକ୍ ଗ୍ଲେନ ମାକ୍ସଓ୍ବେଲ, ଓ୍ବାନିଣ୍ଡୁ ହସରଙ୍ଗା ଓ ହର୍ଷଲ ପଟେଲ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।

ଚଳିତ ଆଇପିଏଲରେ ଉଭୟ ଚେନ୍ନାଇ ଓ ବାଙ୍ଗାଲୋର ୪ଟି ଲେଖାଏଁ ମ୍ୟାଚ ଖେଳି ୨ଟିରେ ବିଜୟ ସହ ୪ ପଏଣ୍ଟ ଲେଖାଏଁ ପାଇଛନ୍ତି । ତେବେ ରନ ରେଟ ଭିତ୍ତିରେ ଚେନ୍ନାଇ ୬ ନମ୍ବର ସ୍ଥାନରେ ଥିବାବେଳେ ବାଙ୍ଗାଲୋର ୭ମ ସ୍ଥାନରେ ରହିଛି ।