କୋଲକାତା : ଇଡେନ ଗାଡେନ୍ସଠାରେ ଚାଲିଥିବା ଆଇପିଏଲ ୨୦୨୩ର ୧୯ତମ ମ୍ୟାଚରେ କୋଲକାତା ଆଗରେ ୨୨୯ ରନର ବିଜୟ ଲକ୍ଷ୍ୟ ରଖିଛି ସନରାଇଜର୍ସ ହାଇଦ୍ରାବାଦ ।
ଏହି ମ୍ୟାଚରେ କୋଲକାତା ଦଳ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଓପନିଂ ବ୍ୟାଟ୍ସମ୍ୟାନ ହ୍ୟାରି ବ୍ରୁକ୍ସ ଆଜି ନିଜର ବିସ୍ଫୋରକ ବ୍ୟାଟିଂର ପ୍ରଦର୍ଶନ କରିଥିଲେ । ସେ ମାତ୍ର ୫୫ଟି ବଲରୁ ୧୦୦ରନ କରିଥିଲେ । ଚଳିତ ଆଇପିଏଲରେ ନିଜର ପ୍ରଥମ ୩ଟି ମ୍ୟାଚରେ ସେ ଯଥାକ୍ରମେ ୧୩,୩ ଓ ୧୩ ରନ କରି ସମସ୍ତଙ୍କୁ ନିରାଶ କରିଥିଲେ । କିନ୍ତୁ ଆଜି ସେ ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି । ଅନ୍ୟପକ୍ଷରେ ହାଇଦ୍ରାବାଦ ପକ୍ଷରୁ ଆଇଡେନ ମାର୍କରାମ ୫୦ରନ ଓ ଅଭିଷେକ ଶର୍ମା ୩୨ରନ କରିଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୪ ଓ୍ବିକେଟ ହରାଇ ୨୨୮ ରନ କରିଥିଲା ।
କୋଲକାତା ପକ୍ଷରୁ ଆନ୍ଦ୍ରେ ରସେଲ ୩ଟି ଓ୍ବିକେଟ ନେଇଥିବାବେଳେ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଓ୍ବିକେଟ ନେଇଥିଲେ ।
କୋଲକାତା ଦଳ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳି ଦୁଇଟି ମ୍ୟାଚରେ ବିଜୟ ସହ ୪ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୪ର୍ଥ ସ୍ଥାନରେ ଅଛି । କିନ୍ତୁ ହାଇଦ୍ରାବାଦ ୩ଟି ମ୍ୟାଚ ଖେଳି ଗୋଟିକରେ ବିଜୟ ସହ ୨ ପଏଣ୍ଟ ପାଇଛି ଓ ୯ମ ସ୍ଥାନରେ ରହିଛି ।