ଭୁବନେଶ୍ବର: ନିକଟରେ ୩୭ତମ ଜାତୀୟ କ୍ରୀଡ଼ାରେ ୫ ପଦକ (୪ ସ୍ବର୍ଣ୍ଣ, ୧ ରୌପ୍ୟ) ଜିତିଥିବା ଜିମ୍ନାଷ୍ଟ ପ୍ରଣତି ନାୟକଙ୍କୁ ରବିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିବା ସହ ପୂର୍ବ ଘୋଷଣା ମୁତାବକ ୨୩ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୁଖ୍ୟ ପ୍ରଶିକ୍ଷକ ଅଶୋକ ମିଶ୍ରଙ୍କୁ ଧନ୍ୟବାଦ ଦେଇଥିଲେ।

Advertisment

ଗୋଆ ଜାତୀୟ କ୍ରୀଡ଼ାରେ ପ୍ରଣତି ମହିଳା ଜିମ୍ନାଷ୍ଟିକ୍ସର ଅଲ୍‌ ରାଉଣ୍ଡ, ଭଲ୍ଟ, ବିମ୍ସ ଓ ଅନ୍‌ଇଭେନ ବାର୍ସରେ ସ୍ବର୍ଣ୍ଣ ଜିତିଥିଲା ବେଳେ ଫ୍ଲୋର ଏକ୍ସରସାଇଜ୍‌ରେ ରୌପ୍ୟରେ ସନ୍ତୁଷ୍ଟ ରହିଥିଲେ। ପ୍ରଣତି ନାୟକଙ୍କ ସଫଳତା ଆମ ରାଜ୍ୟ କ୍ରୀଡ଼ା ବିକାଶ ଏକ ପ୍ରମାଣ। ଜାତୀୟ କ୍ରୀଡ଼ାରେ ଉଲ୍ଲେଖନୀୟ ପ୍ରଦର୍ଶନ ସହିତ ସେ ଓଡ଼ିଶାକୁ ଗର୍ବିତ କରିଛନ୍ତି। ଅଗାମୀ ଦିନରେ ପ୍ରଣତିଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଏହି ଅବସରରେ ୫ଟି ଓ ଆମ ଓଡ଼ିଶା, ନବୀନ ଓଡ଼ିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍‌ ଉପସ୍ଥିତ ଥିଲେ।

ପ୍ରଣତି ସଂପ୍ରତି କଳିଙ୍ଗ ଷ୍ଟାଡିୟମ୍‌ସ୍ଥିତ ଓଡ଼ିଶା ଏଏମ୍‌ଏନ୍‌ଏସ୍‌/ଇଣ୍ଡିଆ ଜିମ୍ନାଷ୍ଟିକ୍ସ ଉଚ୍ଚଗୁଣବତ୍ତା କେନ୍ଦ୍ରରେ ଅଶୋକ ମିଶ୍ରଙ୍କ ତତ୍ତ୍ବାବଧାନରେ ପ୍ରଶିକ୍ଷଣ ନେଉଛନ୍ତି।