ସର୍ବଭାରତୀୟ ଜୋନାଲ କରାଟେରେ ଓଡ଼ିଶାକୁ ୨୩ ପଦକ

ଭୁବନେଶ୍ବର: ଦିଲ୍ଲୀର ତାଲକୋଟରା ଇନ୍‌ଡୋର ଷ୍ଟାଡିୟମ୍‌ରେ ଆୟୋଜିତ ସର୍ବଭାରତୀୟ ଜୋନାଲ କରାଟେ ପ୍ରତିଯୋଗିତାରେ ଓଡ଼ିଶା ୨୩ ପଦକ ଅମଳ କରିଛି। ଏଥିରେ ୧୦ ସ୍ବର୍ଣ୍ଣ, ୫ ରୌପ୍ୟ ଏବଂ ୮ କାଂସ୍ୟ ସାମିଲ ରହିଛି। ସ୍ବର୍ଣ୍ଣ ପଦକ ବିଜେତାଙ୍କ ମଧ୍ୟରେ ରହିଛନ୍ତି ଅନୁପମା ସ୍ବାଇଁ (ମହିଳା ୫୫ କେଜି କୁମିତେ), ସାଲୋନି ଲେଙ୍କା (ମହିଳା ୬୭ କେଜି), ରୀତେଶ ରାୟ (ବରିଷ୍ଠ ଓ ୨୧ ବର୍ଷରୁ କମ୍‌ ପୁରୁଷ ୮୪ କେଜି), ସୁମନ ଶେଖର ଦାସ (ପୁରୁଷ ୭୫ କେଜି), ବ୍ରତତୀ ବିଶ୍ବପ୍ରଭା ପତି (୨୧ ବର୍ଷରୁ କମ୍‌ ମହିଳା ୫୦ କେଜି), ମଧୁପ୍ରିୟା ବାଇ (କ୍ୟାଡେଟ୍‌ ମହିଳା କାଟା), ରୀତେଶ ମହାନ୍ତି (କ୍ୟାଡେଟ୍‌ ପୁରୁଷ ୫୭ କେଜି), ଭାଲିନା ଭାଲେଣ୍ଟିନା, ସୁରୋମିତା ସିହ୍ନା ଓ ଅଫିଫା ପରୱେଜ୍‌ (ମହିଳା ଟିମ୍‌ କାଟା) ଏବଂ ଜ୍ୟୋତିରଞ୍ଜନ ରାଉତ, ବେଦାନ୍ତ ଦାସ ଓ ଶୁଭମ୍‌ ସାମନ୍ତ (ପୁରୁଷ କନିଷ୍ଠ କାଟା)।

ସେହିପରି ସିନ୍ଧୁତନୟା ଖୁଣ୍ଟିଆ (ମହିଳା ୫୦ କେଜିତ କୁମିତେ), ଦେବସ୍ମିତା ଦଳବେହେରା (୨୧ ବର୍ଷରୁ କମ୍‌ ମହିଳା ୬୮ କେଜି), ବେଦାନ୍ତ ଦାସ (କ୍ୟାଡେଟ୍‌ ପୁରୁଷ କାଟା), ସୁରୋମିତା ସିହ୍ନା (କ୍ୟାଡେଟ୍‌ ମହିଳା କାଟା), ଶୁଭକାନ୍ତ ବିଶ୍ବାଳ (କନିଷ୍ଠ ପୁରୁଷ ୭୦ କେଜି) ରୌପ୍ୟ ପଦକ ଜିତିଥିଲା ବେଳେ ଭାଲିନା ଭାଲେଣ୍ଟିନା (ମହିଳା କାଟା), ଡି ଭଗବାନ ରେଡ୍ଡୀ (ପୁରୁଷ ୫୫ କେଜି), ବ୍ରତତୀ ବିଶ୍ବପ୍ରଭା ପତି (ମହିଳା ୫୦ କେଜି), ଅନୁରାଧା ପାତ୍ର (ମହିଳା ୬୮ କେଜି), ଦୀପ୍ତି ନାମଦେଓ (କ୍ୟାଡେଟ୍‌ ମହିଳା ୪୦ କେଜି କୁମିତେ), ଜ୍ୟୋତିରଞ୍ଜନ ରାଉତ (ପୁରୁଷ କନିଷ୍ଠ କାଟା), ଅଫିଫା ପରୱେଜ୍‌ (୨୧ ବଷରୁ କମ୍‌ ମହିଳା), ମହେଶ ଡୋରା, କ୍ରିଷ୍ଣା ଶିକାରୀ, ତୁଷାର ବିଶ୍ବାଳ ଓ ରଜନୀ ବିଶି (ପୁରୁଷ ଟିମ୍‌ କାଟା) କାଂସ୍ୟ ପଦକ ହାସଲ କରିଛନ୍ତି। ପଦକ ବିଜେତାଙ୍କୁ ଓଡ଼ିଶା ରାଜ୍ୟ କରା‌ଟେ ସଂଘର ସଂପାଦକ ଡ. ଗୌରୀ ମହାନ୍ତି ଓ ପ୍ରଶିକ୍ଷକ ଡ. ହରିପ୍ରସାଦ ପଟ୍ଟନାୟକଙ୍କ ସମେତ କର୍ମକର୍ତାମାନେ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର