୨୩ ବର୍ଷରୁ କମ୍‌ କ୍ରିକେଟ୍‌: ଓଡ଼ିଶା ପୁଣି ହାରିଲା

କଟକ: ଭଦୋଦରାଠାରେ ଚାଲିଥିବା ୨୩ ବର୍ଷରୁ କମ୍‌ କ୍ରିକେଟ୍‌ ପ୍ରତିଯୋଗିତାରେ ଓଡ଼ିଶା ଦ୍ବିତୀୟ ମ୍ୟାଚ୍‌ ବି ହାରିଯାଇଛି। ଏଥିପୂର୍ବରୁ ଓଡ଼ିଶା ୪ ଵିକେଟ୍‌ରେ ଦିଲ୍ଲୀଠୁ ପରାସ୍ତ ହୋଇଥିଲା। ଶୁକ୍ରବାର ବେଙ୍ଗଲଠୁ ମଧ୍ୟ ୧୭୮ ରନ୍‌ରେ ପରାସ୍ତ ହୋଇଛି। ଓଡ଼ିଶା ଟସ୍‌ ଜିତି ବେଙ୍ଗଲକୁ ୨୮୫ ରନ୍‌ରେ ଅଟକାଇଥିଲା। ବେଙ୍ଗଲର ରିତ୍ବିକ ରଏ ଚୌଧୁରୀ ୯୦, କାଜି ଜୁନୈଦ ସୈଫି ୭୫ ରନ୍‌ କରିଥିଲେ। ଓଡ଼ିଶାର ପ୍ରୀତ୍‌ ସି˚ହ ଚୌହାନ ୩, ତାରିଣୀ ସ ଓ ଆଶିଷ ରାଏ ଦୁଇଟି ଲେଖାଏଁ ଵିକେଟ ପାଇଥିଲେ। ହେଲେ ଓଡ଼ିଶା ବ୍ୟାଟି˚ ବିପର୍ଯ୍ୟର ସମ୍ମୁଖୀନ ହୋଇ ମାତ୍ର ୧୦୭ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା। ଅମ୍ରିତ ଖଟୁଆ ସର୍ବାଧିକ ୨୯ ରନ୍‌ କରିଥିଲେ।

ସମ୍ବନ୍ଧିତ ଖବର