୨୩ ବର୍ଷରୁ କମ୍‌ ମହିଳା କ୍ରିକେଟରେ ଓଡ଼ିଶା ପରାସ୍ତ

କଟକ: ସୁରଟରେ ଚାଲିଥିବା ୨୩ ବର୍ଷରୁ କମ୍‌ ମହିଳା କ୍ରିକେଟ ପ୍ରତିଯୋଗିତାରେ ଓଡ଼ିଶା ଚତୁର୍ଥ ପରାଜୟ ବରଣ କରିଛି। ପୂର୍ବରୁ କେରଳ, ରେଳବାଇ ଓ କର୍ଣ୍ଣାଟକ ନିକଟରୁ ହାରି ସାରିଥିବା ଓଡ଼ିଶା ଶନିବାର ଉତ୍ତର ପ୍ରଦେଶ ନିକଟରୁ ମଧ୍ୟ ପରାସ୍ତ ହୋଇଛି। ଏହି ମ୍ୟାଚରେ ଉତ୍ତରପ୍ରଦେଶ ୯ ଵିକେଟରେ ବିଜୟୀ ହୋଇଥିଲା। ଟସ୍‌ ହାରି ବ୍ୟାଟିଂ ପାଇଥିବା ଓଡ଼ିଶା ୭୬ ରନ୍‌ରେ ସମସ୍ତ ୱିକେଟ୍‌ ହରାଇଥିଲା। ସୁଶ୍ରୀ ଦିବ୍ୟଦର୍ଶିନୀ ୧୧, ରୀମାଲକ୍ଷ୍ମୀ ଏକ୍କା ୧୦, କୁନି ବଦରା ୧୪*, ବର୍ଷାରାଣୀ ସି˚ହ ୧୧ ରନ୍‌ କରିଥିଲେ। ଉତ୍ତର ପ୍ରଦେଶର କେ ସମ୍ମା ୪, ଶିଳ୍ପୀ ଯାଦବ ଓ ରଶି କାନୋଜିଆ ୨ ଲେଖାଏଁ ଵିକେଟ ପାଇଥିଲେ। ୭୭ ରନ୍‌ର ଲକ୍ଷ୍ୟକୁ ଉତ୍ତର ପ୍ରଦେଶ ୧ ଵିକେଟ ବିନିମୟରେ ହାସଲ କରିଥିଲା। ଏକତା ୨୮ ରନ୍‌ରେ ଆଉଟ ହୋଇଥିଲା ବେଳେ କେ ସମ୍ମା ୩୨ ଓ ମୁସ୍କାନ ମଲ୍ଲିକ ୧୪ ରନ୍‌ କରି ଦଳକୁ ଜିତାଇଥିଲେ। ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ ଏପ୍ରିଲ ୩ ତାରିଖରେ ପଞ୍ଜାବ ବିପକ୍ଷରେ ଖେଳିବ। ଏପର୍ଯ୍ୟନ୍ତ ୬ ମ୍ୟାଚ୍‌ ଖେଳି ସାରିଥିବା ଓଡ଼ିଶା ୪ ମ୍ୟାଚ୍‌ ହାରିଥିଲା ବେଳେ ତାମିଲନାଡୁ ଓ ଗୁଜରାଟ ବିପକ୍ଷରେ ବିଜୟୀ ହୋଇଛି।

ସମ୍ବନ୍ଧିତ ଖବର