କଟକ: ଆନ୍ଧ୍ରପ୍ରଦେଶରେ ଚାଲିଥିବା ୨୩ ବର୍ଷରୁ କମ୍ ମହିଳା ଦିନିକିଆ କ୍ରିକେଟ୍ରେ ଓଡ଼ିଶା ପ୍ରଥମ ବିଜୟ ପାଇଛି। ସଙ୍ଗୀତା ଖାଡ଼ିଆଙ୍କ ଅପରାଜିତ ଅର୍ଧଶତକ ପରେ ବୋଲରଙ୍କ କମାଲ ବଳରେ ଗୁରୁବାର ଏକ ମ୍ୟାଚ୍ରେ ଓଡ଼ିଶା ୨୬ ରନ୍ରେ ପଞ୍ଜାବକୁ ପରାସ୍ତ କରିଦେଇଛି। ଓଡ଼ିଶା ଟସ୍ ଜିତି ପ୍ରଥମେ ବ୍ୟାଟି˚ ନେଇଥିଲା। ଦଳ ୮ ଵିକେଟ୍ ବିନିମୟରେ ୧୫୨ ରନ୍ କରିଥିଲା। ପ୍ରାରମ୍ଭିକ ଖେଳାଳି କାଜଲ ଜେନା ୪୬, ଶୁଭ୍ର ନିର୍ଝରିଣୀ ସ୍ବାଇଁ ୨୨ ରନ୍ କରିଥିଲା ବେଳେ ସଙ୍ଗୀତା ଖଡ଼ିଆ ଆରମ୍ଭରୁ ରକ୍ଷଣାତ୍ମକ ଖେଳି ଅର୍ଧଶତକ ଅର୍ଜନ କରିଥିଲେ। ସେ ଏକାକୀ ଶେଷ ପର୍ଯ୍ୟନ୍ତ ଲଢ଼ି ୧୩୪ ବଲ୍ର ସମ୍ମୁଖୀନ ହୋଇ ୪ ଚୌକା ସହାୟତାରେ ୫୧ ରନ୍ କରି ଅପରାଜିତ ରହିଥିଲେ। ପଞ୍ଜାବ ପକ୍ଷରୁ ମନପ୍ରୀତ କୌର ୩, କନିକା ଆହୁଜା ୨ ଓ ପଲବିନ୍ଦରଜିତ କୌର ୨ ଲେଖାଏଁ ଵିକେଟ୍ ନେଇଥିଲେ। ୧୫୩ ରନ୍ର ଲକ୍ଷ୍ୟକୁ ପିଛା କରିଥିବା ପଞ୍ଜାବ ୩୯.୪ ଓଭରରେ ୧୨୬ ରନ୍ କରି ସମସ୍ତ ଵିକେଟ୍ ହରାଇଥିଲା। କନିକା ଆହୁଜା ୫୮ ରନ୍ର ପାଳି ଖେଳିଥିଲେ ବି ଦଳକୁ ଜିତାଇପାରିନଥିଲେ। ବିଜୟୀ ଦଳର ତରନ୍ନା ପ୍ରଧାନ ୪, ଲୌସା ଦାଶ ୩, ଇନ୍ଦ୍ରାଣୀ ଛତ୍ରିଆ ଗୋଟିଏ ଵିକେଟ ନେଇଥିଲେ। ଏହି ମ୍ୟାଚ୍ ପୂର୍ବରୁ ଦିଲ୍ଲୀ, ରେଳବାଇ, ଝାଡ଼ଖଣ୍ତ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକଠାରୁ ଓଡ଼ିଶା ପରାଜିତ ହୋଇଥିଲା। ଆଗକୁ ୮ ତାରିଖରେ ବେଙ୍ଗଲ ଓ ୧୨ ତାରିଖରେ ହାଇଦ୍ରାବାଦ ବିପକ୍ଷରେ ଓଡ଼ିଶା ପରବର୍ତ୍ତୀ ଦୁଇଟି ମ୍ୟାଚ୍ ଖେଳିବ।
୨୩ ବର୍ଷରୁ କମ୍ ମହିଳା ଦିନିକିଆ: ସଙ୍ଗୀତାଙ୍କ ଅର୍ଧଶତକ, ଓଡ଼ିଶାର ପ୍ରଥମ ବିଜୟ
/sambad/media/post_attachments/wp-content/uploads/2020/02/dg84jdg84jdg65j4g6d5jgdjdgjjjjjjjjjjjjjjjjjjjjj.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)