୨୩ ବର୍ଷରୁ କମ୍‌ ମହିଳା ଦିନିକିଆ: କାଜଲ ଓ ସୁଶ୍ରୀ ଓଡ଼ିଶାକୁ ବିଜୟ ଦେଲେ

କଟକ: କାଜଲ ଜେନା (୫୧)ଙ୍କ ଅର୍ଧଶତକୀୟ ପାଳି ଓ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ଅଲ୍‌ରାଉଣ୍ତ ପ୍ରଦର୍ଶନ (୪୦ ରନ୍‌, ୩ ଵିକେଟ) ଯୋଗୁଁ ସୁରଟରେ ଆରମ୍ଭ ହୋଇଥିବା ୨୩ ବର୍ଷରୁ କମ୍‌ ମହିଳା ଦିନିକିଆ କ୍ରିକେଟରେ ଓଡ଼ିଶା ୩୭ ରନ୍‌ରେ ଘରୋଇ ଗୁଜୁରାଟକୁ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଗୁଜୁରାଟ ଟସ୍‌ ଜିତି ବୋଲି˚ କରିଥିଲା। ଓଡ଼ିଶା ୯ ଵିକେଟ୍‌ ବିନିମୟରେ ୧୮୧ ରନ୍‌ କରିଥିଲା। ଅଞ୍ଜଳି ସି˚ହ ମାତ୍ର ୧ ରନ୍‌ରେ ଆଉଟ ହେବା ପରେ କାଜଲ ଓ ପୁନମ ନାୟକ ଦ୍ବିତୀୟ ଵିକେଟ୍‌ରେ ୯୨ ରନ୍‌ ଯୋଡ଼ିଥିଲେ। କାଜଲ ଓ ପୁନମ (୪୬) ଆଉଟ ହେବା ପରେ ସୁଶ୍ରୀ ୪୫ ଓଭର ପର୍ଯ୍ୟନ୍ତ ଛୋଟଛୋଟ ଭାଗୀଦାରି ସହ ପାଳି ସମ୍ଭାଳିଥିଲେ। ସୁଶ୍ରୀ ୪୦ ରନ୍‌ରେ ଆଉଟ୍‌ ହୋଇଥିଲା ବେଳେ ନିମ୍ନକ୍ରମରେ ରୀମାଲକ୍ଷ୍ମୀ ଏକ୍କା ୧୧, ଇନ୍ଦ୍ରାଣୀ ଛତ୍ରିଆ ୧୬* ରନ୍‌ର ଯୋଗଦାନ ଦେଇଥିଲେ। ଘରୋଇ ଦଳ ପାଇଁ ହିରଲାଲବେନ୍‌ ସୋଲାଙ୍କି ୩, କୃତିକା ବେନ୍‌ ୨ ଵିକେଟ ପାଇଥିଲେ। ଜବାବରେ ଘରୋଇ ଗୁଜରାଟ ଦଳ ୧୪୪ ରନ୍‌ରେ ସମସ୍ତ ଵିକେଟ୍‌ ହରାଇଥିଲା। ରେଣୁକା ଚୌଧୁରୀ ସର୍ବାଧିକ ୬୬ ରନ୍‌ କରିଥିଲା ବେଳେ ବିଜୟୀ ଓଡ଼ିଶା ପକ୍ଷରୁ ସୁଶ୍ରୀ ଓ ବର୍ଷାରାଣୀ ସି˚ହ ୩ ଲେଖାଏଁ ଵିକେଟ୍‌ ଅକ୍ତିଆର କରିଥିଲେ। ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ରେ ସୋମବାର କେରଳକୁ ଭେଟିବ।

ସମ୍ବନ୍ଧିତ ଖବର