ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ-୨୦୨୫ର ୬୭ତମ ମ୍ୟାଚରେ ଗୁଜରାଟ ଆଗରେ ୨୩୧ ରନର ଲକ୍ଷ୍ୟ ରଖିଛି ଚେନ୍ନାଇ ।
ଏହି ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ଆୟୁଷ ମାହାତ୍ରେ ଓ ଦେଓ୍ବନ କନଓ୍ବେ ଆରମ୍ଭରୁ ବିସ୍ଫୋରକ ବ୍ୟାଟିଂ କରି ଦଳକୁ ଏକ ଭଲ ଆରମ୍ଭ ଦେଇଥିଲେ । ମାହାତ୍ରେ ୩୪ ରନ କରିଥିବାବେଳେ କନଓ୍ବେ ୫୨ ରନ କରିଥିଲେ । ଉର୍ଭିନ ପଟେଲ ୩୭ ରନ କରଥିବାବେଳେ ଡେଓ୍ବାଲଡ ବ୍ରେଭିସ୍ ୫୭ ରନ କରିଥିଲେ । ବ୍ରେଭିସ ମାତ୍ର ୨୩ ବଲରେ ୫ ଛକା, ୪ ଚୌକା ସହ ଏହି ୫୭ ରନ କରିଥିଲେ । ସେହିପରି ରବୀନ୍ଦ୍ର ଜାଦେଜା ୨୧ ରନ କରି ବ୍ରେଭିସଙ୍କୁ ସ୍କୋରକୁ ଆଗକୁ ବଢାଇବାରେ ସହଯୋଗ କରିଥିଲେ ।
ଗୁଜରାଟ ପକ୍ଷରୁ ପ୍ରସିଦ୍ଧ କ୍ରିଷ୍ଣା ୨ଟି ଓ୍ବିକେଟ ନେଇଥିବାବେଳେ ସାଇ କିଶୋର, ରସିଦ ଖାଁ ଓ ଶାହରୁଖ ଖାଁ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/05/25/2PMjdhCZvo9Xhsxe8Miu.jpg)