କଲମ୍ବୋ : କଲମ୍ବୋରେ ଖେଳାଯାଉଥିବା ପ୍ରଥମ ଦିନିକିଆରେ ଭାରତ ଆଗରେ ୨୩୧ ରନର ଲକ୍ଷ୍ୟ ରଖିଛି ଶ୍ରୀଲଙ୍କା । ଏହାର ଜବାବରେ ଭାରତ ସର୍ବଶେଷ ସୂଚନା ଅନୁସାରେ କୌଣସି ଓ୍ବିକେଟ ନହରାଇ ୪୪ ରନ କରିଛି ।

Advertisment

ଏହି ମ୍ୟାଚରେ ଶ୍ରୀଲଙ୍କା ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ତେବେ ସ୍କୋର ମାତ୍ର ୭ ରନ ହୋଇଥିବାବେଳେ ଦଳ ନିଜର ପ୍ରଥମ ଓ୍ବିକେଟ ହରାଇଥିଲା । ଅଭିଷ୍କା ଫର୍ନାଣ୍ଡୋ ମାତ୍ର ୧ ରନ କରି ଆଉଟ ହୋଇଥିଲେ । ତେବେ ପ୍ରଥୁମ ନିଶଙ୍କା ଓ କୁଶଲ ମେଣ୍ଡିସ ସତର୍କତାର ସହ ବ୍ୟାଟିଂ କରି ଦଳକୁ ସଂକଟରୁ ଉଦ୍ଧାର କରିଥିଲେ । ନିଶଙ୍କା ୫୬ରନ କରିଥିଲେ ଓ ମେଣ୍ଟିସ ୧୪ ରନ କରିଥିଲେ । ଦଳର ମଧ୍ୟକ୍ରମ ବିଶେଷ ଯୋଗଦାନ ଦେଇପାରିନଥିଲେ ବି ନିମ୍ନମଧ୍ୟକ୍ରମ ବ୍ୟାଟ୍ସମ୍ୟାନମାନେ ସ୍ଥିତିକୁ ସୁଧାରିଥିଲେ । ଦୁନିଥ ଓ୍ବାଲାଲାଗେ ୬୭ ରନ କରିଥିବାବେଳେ ହସରଙ୍ଗା ୨୪ ରନ ଓ ଜନିଥ ଲିଆନାଗେ ୨୦ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୫୦ ଓଭରରେ ୮ ଓ୍ବିକେଟ ହରାଇ ୨୩୦ ରନ କରିଥିଲା ।

ଭାରତ ପକ୍ଷରୁ ଅର୍ଶଦୀପ ସିଂ ଓ ଅକ୍ଷର ପଟେଲ ୨ଟି ଲେଖାଏଁ ଓ୍ବିକେଟ ନେଇଥିବାବେଳେ ମହମ୍ମଦ ସିରାଜ, ଶିବମ ଦୁବେ, ଓ୍ବାସିଂଟନ ସୁନ୍ଦର ଓ କୁଳଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।