ଲକ୍ଷ୍ନୌ : ଲକ୍ଷ୍ନୌଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୬୫ ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଆଗରେ ୨୩୨ ରନର ଲକ୍ଷ୍ୟ ରଖିଛି ସନରାଇଜର୍ସ ହାଇଦ୍ରାବାଦ ।
ଏହି ମ୍ୟାଚରେ ବେଙ୍ଗାଲୁରୁ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ ଓପନ କରିଥିବା ହାଇଦ୍ରାବାଦର ଦୁଇ ଓପନର ଟ୍ରାଭିସ ହେଡ୍ ଓ ଅଭିଷେକ ଶର୍ମା ଆରମ୍ଭରୁ ଲଢୁଆ ବ୍ୟାଟିଂ କରି ପ୍ରଥମ ଓ୍ବିକେଟ ଯୋଡ଼ିରେ ୫୪ ରନ କରିଥିଲେ । ତେବେ ହାଇଦ୍ରାବାଦ ଇନିଂସର ମୁଖ୍ୟ ଆକର୍ଷଣ ଥିଲା ଇଶାନ କିଷନଙ୍କ ବିସ୍ଫୋରକ ବ୍ୟାଟିଂ। ସେ ମାତ୍ର ୪୮ଟି ବଲରେ ୯୪ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୫ ଛକା ଓ ୭ ଚୌକା ମାରିଥିଲେ । ଅନ୍ୟପକ୍ଷରେ ହେନେରିକ କ୍ଲାସେନ ୨୪ ଓ ଅନିକେତ ବର୍ମା ୨୬ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ବିକେଟ ହରାଇ ୨୩୧ ରନ କରିଥିଲେ ।
ବେଙ୍ଗାଲୁରୁ ପକ୍ଷରୁ ରୋମାରିଓ ସେଫାର୍ଡ ୨ଟି ଓ୍ବିକେଟ ନେଇଥିବାବେଳେ ଭୁବନେଶ୍ବର କୁମାର, ଲୁଙ୍ଗି ଏନଗିଡି, କୃନାଲ ପାଣ୍ଡ୍ୟା ଓ ସୁୟାଶ ଶର୍ମା ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।