କୋଲକାତା: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୬ତମ ସଂସ୍କରଣର ୩୩ତମ ମ୍ୟାଚ୍ରେ ରବିବାର କୋଲକାତା ନାଇଟ୍ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମୁହାଁମୁହିଁ ହୋଇଛନ୍ତି। କୋଲକାତାର ଇଡେନ୍ ଗାର୍ଡେନରେ କୋଲକାତା ଟିମ୍ ଟସ୍ ଜିଣି ପ୍ରଥେମେ ବୋଲିଂ ନିଷ୍ପତ୍ତି ନେଇଥିଲା। ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ବରେ ଚେନ୍ନାଇ ନିଜର ୩ ଜଣ ବ୍ୟାଟରଙ୍କ ଅର୍ଦ୍ଧଶତକ ବଳରେ ୪ଟି ୱିକେଟ୍ ହରାଇ ୨୩୫ ରନ୍ କରିଛି। ଫଳରେ କୋଲକାତାକୁ ୨୩୬ ରନ୍ର ବିଜୟ ଲକ୍ଷ୍ୟ ମିଳିଛି।
/sambad/media/post_attachments/wp-content/uploads/2023/04/FuaCPejaMAE_jJp.jpg)
ଚେନ୍ନାଇର ସମସ୍ତ ବ୍ୟାଟର ପ୍ରଶଂସନୀୟ ବ୍ୟାଟିଂ କରିଥିଲେ। ଦଳର ପ୍ରାରମ୍ଭିକ ବ୍ୟାଟର ଋତୁରାଜ ଗାୟକୱାଡ ଓ ଡ୍ବେନ୍ କନୱେ ୭୩ ରନ୍ର ଭାଗିଦାରୀ ହୋଇପାରିଥିଲେ। ଋତୁରାଜ ୨୦ଟି ବଲ୍ ଖେଳି ୨ଟି ଚୌକା ଓ ୩ଟି ଛକା ବଳରେ ବ୍ୟକ୍ତିଗତ ଭାବେ ୩୫ ରନ୍ ସଂଗ୍ରହ କରି ଆଉଟ୍ ହୋଇଥିଲେ। ଚେନ୍ନାଇର ମଜବୁତ ସ୍କୋରରେ ଆଜିଙ୍କ୍ୟ ରାହାଣେଙ୍କ ବଡ଼ ଯୋଗଦାନ ରହିଥିଲା। ସେ ୨୯ଟି ବଲ୍ ଖେଳି ୬ଟି ଚୌକା ଓ ୫ଟି ଛକା ବଳରେ ଅପରାଜିତ ୭୧ ରନ୍ କରିଥିଲେ। କନ୍ୱେଙ୍କ ସହିତ ଆଜିଙ୍କ୍ୟ ରାହାଣେ ୩୬ ରନ୍ର ଭାଗିଦାରୀ ହୋଇଥିଲେ। କନ୍ୱେ ବ୍ୟକ୍ତିଗତ ଭାବେ ୫୬ ରନ୍ ସଂଗ୍ରହ କରିଥିଲେ। ସେ ୪୦ଟି ବଲ୍ ଖେଳି ୪ଟି ଚୌକା ଓ ୩ଟି ଛକା ମାରିଥିଲେ।
ସେହିପରି ରାହାଣେ ଓ ଶିଭମ ଦୁବେଙ୍କ ସହିତ ୮୫ ରନ୍ର ଭାଗିଦାରୀ ହୋଇପାରିଥିଲେ। ଶିଭମ ଦୁବେ ୨୧ଟି ବଲ୍ ଖେଳି ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିରେ ସେ ୨ଟି ଚୌକା ଓ ୫ଟି ଛକା ସାମିଲ କରିପାରିଥିଲେ। ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜାଙ୍କ ବ୍ୟାଟରୁ ୧୮ ରନ୍ ଅମଳ ହୋଇଥିଲା। ମହେନ୍ଦ୍ର ସିଂହ ଧୋନୀ ଶେଷ ସମୟରେ ଆସିଥିବାରୁ ୩ଟି ବଲ୍ ଖେଳିବାର ସୁଯୋଗ ପାଇଥିଲେ। ଏଥିରୁ ସେ ୨ ରନ୍ ସଂଗ୍ରହ କରିଥିଲେ।