ଅହମ୍ମଦାବାଦ : ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୬୪ତମ ମ୍ୟାଚରେ ଲକ୍ଷ୍ନୌ ବ୍ୟାଟ୍ସମ୍ୟାନମାନଙ୍କ ବ୍ୟାଟିଂର ଚମକ ଦେଖିବାକୁ ମିଳିଛି । ଏହାର ଫଳସ୍ବରୂପ ଗୁଜରାଟ ଆଗରେ ୨୩୬ ରନର ଏକ ବଡ଼ ବିଜୟ ଲକ୍ଷ୍ୟ ରଖିପାରିଛି ଲକ୍ଷ୍ନୌ । 

Advertisment

ଏହି ମ୍ୟାଚରେ ଗୁଜରାଟ ଟସ ଜିତି ପ୍ରଥମେ ଟସ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌର ଦୁଇ ଓପନର ମିଚେଲ ମାର୍ସ ଓ ଆଇଡେନ ମାର୍କରାମ ଆରମ୍ଭରୁ ହିଁ ଦ୍ରୁତ ଗତିରେ ବ୍ୟାଟିଂ କରିଥିଲେ । ମାର୍କରାମ ୩୬ ରନ କରି ସାଇ କିଶୋରଙ୍କ ବଲରେ ଶାହରୁଖ ଖାଁଙ୍କ ହାତରେ ଧରା ପଡ଼ିଥିଲେ । ଅନ୍ୟପଟେ ମାର୍ସଙ୍କ ବିସ୍ଫୋରକ ବ୍ୟାଟିଂ ଜାରି ରହିଥିଲା । ସେ ୬୪ଟି ବଲ ଖେଳି ୧୧୭ ରନ କରିଥିଲେ । ନିଜର ଏହି ଇନିଂସରେ ସେ ୮ଟି ଛକା ଓ ୧୦ଟି ଚୌକା ମାରିଥିଲେ । ସେହିପରି ନିକୋଲାସ ପୁରନ ମଧ୍ୟ ଲଢୁଆ ବ୍ୟାଟିଂ କରି ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ । ସେ ଅପରାଜିତ ୫୬ ରନ କରିଥିଲେ । ଅଧିନାୟକ ଋଷଭ ପନ୍ତ ୧୬ ରନ କରିଥିଲେ । ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୨ ଓ୍ବିକେଟ ହରାଇ ୨୩୫ ରନ କରିଥିଲେ । ଗୁଜରାଟ ପକ୍ଷରୁ ରବିଚନ୍ଦ୍ରନ ଅଶ୍ବୀନ ଓ ଅର୍ସାଦ ଖାଁ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।