ଧର୍ମଶାଳା : ଧର୍ମଶାଳାଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୫୪ତମ ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟସ ଆଗରେ ୨୩୭ ରନର ବିଶାଳ ଲକ୍ଷ୍ୟ ରଖିଛି ପଞ୍ଜାବ କିଙ୍ଗସ୍ ।
ଏହି ମ୍ୟାଚରେ ଲକ୍ଷ୍ନୌ ସୁପରଜାୟାଣ୍ଟସ୍ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ କିଙ୍ଗସ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୨୩୫ ରନ କରିଥିଲା । ଦଳ ପକ୍ଷରୁ ପ୍ରିୟାଂଶ ଆର୍ଯ୍ୟା ମାତ୍ର ୧ ରନ କରି ଆଉଟ୍ ହେବା ପରେ ପ୍ରଭସିମରନ ସିଂ ଓ ଜୋସ ଇଂଗଲିସ୍ ସତର୍କତାର ସହ ଖେଳି ସ୍କୋରକୁ ଆଗେଇନେଇଥିଲେ । ପ୍ରଭସିମରନ ମାତ୍ର ୪୮ଟି ବଲରେ ୭ ଛକା ୬ ଚୌକା ସହ ୯୧ ରନ କରିଥିଲେ । ଇଂଗଲିସ୍ ୩୦ ରନ କରିଥିବାବେଳେ ଶ୍ରେୟାସ ଆୟର ୪୫ ରନ କରିଥିଲେ । ସେହିପରି ଶଶାଙ୍କ ସିଂ ୩୩ ରନ କରିଥିବାବେଳେ ନେହାଲ ଓ୍ବାଧେରା ୧୬ ରନ ଓ ମାର୍କସ ଷ୍ଟୋଇନିସ୍ ୧୫ ରନ କରିଥିଲେ । ଲକ୍ଷ୍ନୌ ପକ୍ଷରୁ ଦିଗଭେସ ସିଂ ରାଥି ଓ ଆକାଶ ମହାରାଜ ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2025/05/04/hnAMA9vpDWQhsXll6x2Q.jpg)