ଅହମ୍ମଦାବାଦ : ଅହମ୍ମଦାବାଦଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ଏକ ଲିଗ ମ୍ୟାଚରେ ଶ୍ରେୟସ୍ ଆୟରଙ୍କ ବିସ୍ଫୋରକ ଇନିଂସ ବଳରେ ରନର ପାହାଡ଼ ଛିଡ଼ା କରିଛି ପଞ୍ଜାବ । ଏହି ମ୍ୟାଚକୁ ଜିତିବାକୁ ହେଲେ ଗୁଜରାଟକୁ ୨୦ ଓଭରରେ ୨୪୪ ରନ କରିବାକୁ ହେବ ।

Advertisment

ଏହି ମ୍ୟାଚରେ ଗୁଜଟାର ଟସ ଜିତି ପଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ପଞ୍ଜାବ ଦଳ ଆରମ୍ଭରୁ ପ୍ରଭସମିରନଜିତ ସିଂ (୫ ରନ) ଓ୍ବିକେଟ ହରାଇଥିଲେ ବି ପ୍ରିୟାଂଶ ଆର୍ଯ୍ୟା ଓ ଶ୍ରେୟସ ଆୟର ଲଢୁଆ ବ୍ୟାଟିଂ କରି ସ୍କୋରକୁ ଦ୍ରୁତ ଗତିରେ ଆଗେଇ ନେଇଥିଲେ । ଶ୍ରେୟସ ୪୨ ବଲରେ ୯୭ ରନ କରିଥିବାବେଳେ ଆର୍ଯ୍ୟା ୪୭ ରନ କରିଥିଲେ। ଅର୍ଥତ ଶ୍ରେୟସ ଅଳ୍ପକେ ଶତକରୁ ବଞ୍ଚିତ ହୋଇଥିବାବେଳେ ଆର୍ଯ୍ୟା ଅଳ୍ପକେ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ । ଶେଷ ବେଳକୁ ମାର୍କସ ଷ୍ଟୋଇନିସ୍ ୨୦ ରନ କରିଥିବାବେଳେ ଶଶାଙ୍କ ସିଂ ୪୪ ରନ କରିଥିଲେ । ଦଳ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ ହରାଇ ୨୪୩ ରନ କରିଥିଲା । 

ଗୁଜରାଟ ପକ୍ଷରୁ ସାଇ କିଶୋର ୩ଟି ଓ୍ବିକେଟ ନେଇଥିବାବେଳେ ରବାଡା ଓ ରଶିଦ ଖାଁ ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।