୨ୟ ଦିନିକିଆ : ଇଂଲଣ୍ଡ ୨୪୬ ରନରେ ଅଲଆଉଟ୍, ଭାରତ ଆଗରେ ୨୪୭ ରନର ବିଜୟ ଲକ୍ଷ୍ୟ

ଲର୍ଡସ : ଲଣ୍ଡନର ଐତିହାସିକ ଲର୍ଡସଠାରେ ଖେଳାଯାଉଥିବା ୨ୟ ଦିନିକିଆରେ ଭାରତ ଆଗରେ ୨୪୭ ରନର ବିଜୟ ଲକ୍ଷ୍ୟ ରଖିଛି ଇଂଲଣ୍ଡ ।
ଏହି ମ୍ୟାଚରେ ଭାରତ ଟସ ଜିତି ଇଂଲଣ୍ଡକୁ ପ୍ରଥମେ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଗତ ମ୍ୟାଚର ବ୍ୟାଟିଂ ବିପର୍ୟ୍ୟର ସମ୍ମୁଖୀନ ହୋଇଥିବା ଇଂଲଣ୍ଡ ଦଳ ଏହି ମ୍ୟାଚରେ ଆରମ୍ଭରୁ ସତର୍କତାର ସହ ଖେଳିଥିଲା । ଦୁଇ ଓପନର ଜନି ବେୟାରଷ୍ଟୋ ଓ ଜାସନ ରଏ ୪୧ରନର ଭାଗିଦାରୀ କରିଥିଲେ । ରଏ ୨୩ ରନ କରିଥିବାବେଳେ ବେୟାରଷ୍ଟୋ ୩୮ ରନ କରିଥିଲେ । ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ବେନ ଷ୍ଟୋକ୍ସ ୨୧ ରନ ଓ ଲିଆମ ଲିଭିଙ୍ଗଷ୍ଟୋନ ୩୩ ରନ କରିଥିଲେ । ତେବେ ମୋଇନ ଅଲ୍ଲି ଓ ଡେଭିଡ ଓ୍ବିଲି ଏକ ବଡ଼ ପାର୍ଟନରସିପ କରି ଦଳୀୟ ସ୍କୋରକୁ ସମ୍ମାନଜନକ ସ୍ତରକୁ ନେଇଯାଇଥିଲେ । ଅଲ୍ଲି ୪୭ ରନ କରିଥିବାବେଳେ ଓ୍ବିଲି ୪୧ରନ କରିଥିଲେ । ଇଂଲଣ୍ଡ ୪୯ ଓଭରରେ ୨୪୬ ରନ କରି ଅଲଆଉଟ ହୋଇଯାଇଥିଲା ।
ଭାରତ ପକ୍ଷରୁ ଯୁଜବେନ୍ଦ୍ର ଚହଲ ୪ଟି ଓ୍ବିକେଟ ନେଇଥିବାବେଳେ ଜସପ୍ରିତ ବୁମରା ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ଓ୍ବିକେଟ ନେଇଥିଲେ ।

ପ୍ରଥମ ଦିନିକିଆରେ ଭାରତ ଇଂଲଣ୍ଡକୁ ୧୦ ଓ୍ବିକେଟରେ ପରାସ୍ତ କରିଥିଲା । ଫଳରେ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି ।

ସମ୍ବନ୍ଧିତ ଖବର