ପ୍ରଥମ ଦିନିକିଆ : ଭାରତ ଆଗରେ ୨୫୦ ରନର ବିଜୟ ଲକ୍ଷ୍ୟ ରଖିଲା ଦକ୍ଷିଣ ଆଫ୍ରିକା

ଲକ୍ଷ୍ନୌ : ଲକ୍ଷ୍ନୌଠାରେ ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଦିନିକିଆ ମ୍ୟାଚରେ ଭ୍ରମଣକାରୀ ଦଳ ଭାରତ ଆଗରେ ୨୫୦ ରନର ବିଜୟ ଲକ୍ଷ୍ୟ ରଖିଛି ।

ବର୍ଷା ଯୋଗୁଁ ୪୦ ଓଭରକୁ କମାଯାଇଥିବା ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୪୦ ଓଭରରେ ୪ ଓ୍ବିକେଟ୍ ହରାଇ ୨୪୯ ରନ କରିଥିଲା । ଦଳର ଦୁଇ ଓପନର ଜାନେମନ ମଲାନ ଓ କ୍ବିଣ୍ଟନ ଡି’କକ୍ ଦଳ ପାଇଁ ଏକ ଭଲ ମୂଳଦୁଆ ପକାଇଥିଲେ । ଉଭୟ ପ୍ରଥମ ଓ୍ବିକେଟ୍ ଯୋଡ଼ିରେ ୪୯ ରନ କରିଥିଲେ । ତେବେ ମଲାନ ୨୨ ରନ ଓ ଡିକକ୍ ୪୮ ରନ କରି ଆଉଟ ହେବା ପରେ ଅଧିନାୟକ ବାଭୁମା ଓ ଆଇଡେନ ମାର୍କରାମ ଶସ୍ତାରେ ଆଉଟ ହୋଇ ଦଳ ପାଇଁ ଚାପ ସୃଷ୍ଟି କରିଥିଲେ । କିନ୍ତୁ ଡେଭିଡ୍ ମିଲର ଓ ହେନେରିକ କ୍ଲାସେନ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ ଓ ଏକ ବଡ଼ ସ୍କୋର ଛିଡ଼ା କରିଥିଲେ । ମିଲର ୬୩ ବଲରୁ ୭୫ ରନ ଓ କ୍ଲାସେନ ୬୫ ବଲରୁ ୭୪ ରନ କରିଥିଲେ ।

ଭାରତ ପକ୍ଷରୁ ଶାର୍ଦ୍ଦୁଳ ଠାକୁର ୨ଟି ଓ୍ବିକେଟ ନେଇଥିବାବେଳେ ରବି ବିଷ୍ଣୋଇ ଓ କୁଳଦୀର ଯାଦବ ଗୋଟିଏ ଲେଖାଏଁ ଓ୍ବିକେଟ୍ ନେଇଥିଲେ ।

ସମ୍ବନ୍ଧିତ ଖବର