ଇନ୍ଦୋର: ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ୍ ଅଶ୍ବିନ୍ ଗୁରୁବାର ଘରୋଇ ମାଟିରେ ୨୫୦ ଟେଷ୍ଟ୍ ୱିକେଟ୍ ପୂରଣ କରିବାର ମାଇଲ୍ଖୁଣ୍ଟ ପ୍ରତିଷ୍ଠା କରିଛନ୍ତି। ଗୁରୁବାରଠୁ ଏଠାରେ ଆରମ୍ଭ ହୋଇଥିବା ବାଂଲାଦେଶ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ପୂର୍ବରୁ ଘରୋଇ ମାଟିରେ ଅଶ୍ବିନ୍ଙ୍କ ୱିକେଟ୍ ସଂଖ୍ୟା ୨୪୯ ଥିଲା। ଇନ୍ଦୋରର ହୋଲକର ଷ୍ଟାଡିୟମ୍ରେ ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଦିବସରେ ୨ ୱିକେଟ୍ ଦଖଲ କରିଥିବା ଅଶ୍ବିନ୍ ମାଇଲଖୁଣ୍ଟ ରଚିଥିଲେ। ପ୍ରଥମେ ସେ ବାଂଲା ଅଧିନାୟକ ମୋମିନୁଲ ହକ୍ଙ୍କୁ ବୋଲ୍ଡ କରି ୨୫୦ ୱିକେଟ୍ ପୂରଣ କରିବା ପରେ ୨୫୧ତମ ୱିକେଟ୍ ଭାବେ ମହମୁଦୁଲ୍ଲାଙ୍କୁ ମଧ୍ୟ ବୋଲ୍ଡ କରିଥିଲେ। ଏହି ସଫଳତା ବଳରେ ଅଶ୍ବିନ୍ କିମ୍ବଦନ୍ତୀ ସ୍ପିନର ଅନିଲ କୁମ୍ବଲେ (୩୫୦) ଏବଂ ହରଭଜନ ସିଂହ (୨୬୫)ଙ୍କ କ୍ଲବ୍ରେ ନିଜ ନାମକୁ ଯୋଡ଼ିଛନ୍ତି। ଫଳରେ ଘରୋଇ ମାଟିରେ ୨୫୦ ୱିକେଟ୍ ପୂରଣ କରିବାରେ ସେ ତୃତୀୟ ଭାରତୀୟ ବୋଲର ହୋଇଛନ୍ତି। ଏଥି ସହ ଘରୋଇ ମାଟିରେ ଦ୍ରୁତତମ ୨୫୦ ଵିକେଟ୍ ନେବାରେ ଅଶ୍ବିନ୍ ମଧ୍ୟ ଶ୍ରୀଲଙ୍କାର କିମ୍ବଦନ୍ତୀ ସ୍ପିନର ମୁଥିଆ ମୁରଲିଧରନଙ୍କ ସମକକ୍ଷ ହୋଇଛନ୍ତି। ଉଭୟ ୪୨ ଲେଖାଏଁ ମ୍ୟାଚ୍ରୁ ଏହି ସଫଳତା ପାଇଛନ୍ତି।
ଘରୋଇ ମାଟିରେ ୨୫୦ ଟେଷ୍ଟ ୱିକେଟ୍: କୁମ୍ବଲେ ଓ ହରଭଜନଙ୍କ କ୍ଲବ୍ରେ ଅଶ୍ବିନ୍
/sambad/media/post_attachments/wp-content/uploads/2018/10/ravichandranashwin-cropped_klq6856paeas1ng374yv46cdk.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)