ମୁମ୍ବାଇ: ମୁମ୍ବାଇର ଓ୍ବାଙ୍ଖଡ଼େ ଷ୍ଟାଡିୟମଠାରେ ମଙ୍ଗଳବାର ଖେଳାଯାଉଥିବା ଆଇପିଏଲ ୨୦୨୫ର ୫୬ତମ ମ୍ୟାଚରେ ଗୁଜରାଟ ଟାଇଟନ୍ସ ଆଗରେ ୧୫୬ ରନର ଲକ୍ଷ୍ୟ ରଖିଛି ମୁମ୍ବାଇ ଇଣ୍ଡିଆନ୍ସ । 

Advertisment

ଏହି ମ୍ୟାଚରେ ଗୁଜରାଟ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ମୁମ୍ବାଇ ଆରମ୍ଭରୁ ବେଶ କେତୋଟି ଓ୍ବିକେଟ ହରାଇ ସଂକଟରେ ପଡ଼ିଥିଲା । ରିୟାନ ରିକଲଟନ ମାତ୍ର ୨ ରନ କରିଥିବାବେଳେ ରୋହିତ ଶର୍ମା ୭ ରନ କରିଥିଲେ। ତେବେ ଓ୍ବିଲ ଜାକ୍ସ ଓ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରେ ଏକ ଭଲ ପାର୍ଟନରସିପ ଦେଖିବାକୁ ମିଳିଥିଲା । ଜାକ୍ସ ୫୩ ରନ କରିଥିବାବେଳେ ସୂର୍ଯ୍ୟକୁମାର ୩୫ ରନ କରିଥିଲେ । ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ପରେ ଆସିଥିବା ତିନି ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ହାର୍ଦ୍ଦିକ ପାଣ୍ଡ୍ୟା, ତିଳକ ବର୍ମା ଓ ନମନ ଧୀର ଶସ୍ତାରେ ପାଭିଲିୟନ ଫେରିଥିଲେ । ତେବେ ଶେଷ ବେଳକୁ କର୍ବିନ ବୋସ ୨୭ ରନ କରିଥିଲେ । ମୁମ୍ବାଇ ନିର୍ଦ୍ଧାରିତ ୨୦ ଓଭରରେ ୮ ଓ୍ବିକେଟ ହରଇ ୧୫୫ ରନ କରିଥିଲେ । 

ଗୁଜରାଟ ପକ୍ଷରୁ ସାଇକିଶୋର ୨ଟି ଓ୍ବିକେଟ ନେଇଥିବାବେଳେ ମହମ୍ମଦ ସିରାଜ, ଅର୍ସଦ ଖାଁ, ପ୍ରସିଦ୍ଧ କ୍ରିଷ୍ଣା, ରସିଦ ଖାଁ ଓ ଗେରାଲ୍ଡ କୋଜି ଗୋଟିଏ ଲେଖାଏଁ ଓ୍ବିକେଟ ନେଇଥିଲେ ।