ଲକ୍ଷୌ୍ନ: ଦଲୀପ ଟ୍ରଫି ଫାଇନାଲ୍ର ବୁଧବାର ତୃତୀୟ ଦିବସ ଷ୍ଟମ୍ପ୍ ଅପସରଣ ବେଳକୁ ଇଣ୍ଡିଆ ରେଡ୍ ଦ୍ୱିତୀୟ ପାଳିର ୩ ଓ୍ଵିକେଟ୍ ହାତରେ ରଖି ୩୭୧ ରନ୍ରେ ଆଗୁଆ ରହିଛି। ରେଡ୍ର ପ୍ରଥମ ପାଳି ସ୍କୋର୍ ୪୮୩ ରନ୍ ଜବାବରେ ବ୍ଲୁ ଦଳ ପ୍ରଥମ ପାଳିରେ ୨୯୯ ରନ୍ କରିଥିଲା। ମଙ୍ଗଳବାରର ଦୁଇ ଅପରାଜିତ ବ୍ୟାଟ୍ସମ୍ୟାନ୍ ଅଭିମନ୍ୟୁ ଈଶ୍ୱରନ (୧୨୭ ରନ୍)ଙ୍କ ଶତକ ଏବଂ ଅଲ୍ରାଉଣ୍ଡର ଜୟଦେବ ଉନାଦ୍କଟ୍ (୮୩ ରନ୍)ଙ୍କ ଉପଯୋଗୀ ଅର୍ଧଶତକ ସହାୟତାରେ ବ୍ଲୁ ଦଳ ଏହି ସମ୍ମାନ ଜନକ ସ୍କୋର୍ କରିଥିଲା। ଉଭୟ ଈଶ୍ୱରନ୍ ଓ ଉନାଦ୍କଟ୍ ଷଷ୍ଠ ଓ୍ଵିକେଟ୍ରେ ୧୪୦ ରନ୍ ଯୋଡ଼ିଥିଲେ। ଦ୍ୱିତୀୟ ଦିବସରେ ୫ ଓ୍ଵିକେଟ୍ ବିନିମୟରେ ୧୮୧ ରନ୍ କରିଥିବା ବ୍ଲୁ ଦଳ ବୁଧବାର ତୃତୀୟ ଦିବସରେ ଅବଶିଷ୍ଟ ୫ ଓ୍ଵିକେଟ୍ ହରାଇ ଆଉ ୧୧୮ ରନ୍ ଯୋଡ଼ିଥିଲା। ଫଳରେ ବ୍ଲୁ ଦଳ ରେଡ୍ର ପ୍ରଥମ ପାଳି ସ୍କୋର୍ଠାରୁ ୧୮୪ ରନ୍ ପଛରେ ପଡ଼ି ଯାଇଥିଲା। ରେଡ୍ ପକ୍ଷରୁ ଓ୍ଵାସିଂଟନ୍ ସୁନ୍ଦର ଏବଂ ବିଜୟ ଗୋହଲି ୫ ଓ୍ଵିକେଟ୍ ଲେଖାଏଁ ଅକ୍ତିଆର କରିଥିଲେ।
ଏହାପରେ ରେଡ୍ ଦଳ ଦ୍ୱିତୀୟ ପାଳିରେ ୭ ଓ୍ଵିକେଟ୍ ହରାଇ ୧୮୭ ରନ୍ କରିଛି। ଦଳ ପକ୍ଷରୁ ପୃଥ୍ଵୀ ସ’ ୩୧, ଅଖିଳ ହେର୍ଓ୍ଵାଦ୍କର ୮, ଇଶାଙ୍କ ଜାଗୀ ୩, ଅଧିନାୟକ ଦିନେଶ କାର୍ତିକ ୯, ବାବା ଇନ୍ଦରଜିତ୍ ୫୯, ସୂର୍ଯ୍ୟକୁମାର ଯାଦବ ୨୨ ଓ ଗୋହିଲ୍ ୩ ପାଭିଲିୟନ୍ ଫେରି ଯାଇଥିଲା ବେଳେ ଓ୍ଵାସିଂଟନ୍ ସୁନ୍ଦର ୪୨ ଓ ସିଦ୍ଧାର୍ଥ କାଉଲ ୫ ରନ୍ରେ ଅପରାଜିତ ରହିଛନ୍ତି। ବ୍ଲୁ ପକ୍ଷରୁ ଭାର୍ଗବ ଭଟ୍ଟ ୩ ଏବଂ ଅକ୍ଷୟ ଓ୍ଵାଖେରେ ୨ ଓ୍ଵିକେଟ୍ ନେଇଛନ୍ତି।
ଇଣ୍ଡିଆ ରେଡ୍ ୩୭୧ ରନ୍ରେ ଆଗୁଆ
ଦଲୀପ୍ ଟ୍ରଫି ଫାଇନାଲ୍
/sambad/media/post_attachments/wp-content/uploads/2017/09/india-red.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)