ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୬୮ତମ ମ୍ୟାଚରେ ହେନରିକ କ୍ଲାସେନଙ୍କ ବିସ୍ଫୋରକ ଶତକ ବଳରେ କୋଲକାତା ଆଗରେ ୨୭୯ ରନର ଏକ ବିଶାଳ ଲକ୍ଷ୍ୟ ସ୍ଥାପନ କରିଛି ସନରାଇଜର୍ସ ହାଇଦ୍ରାବାଦ ।
ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ଟ୍ରାଭିସ ହେଡ ଓ ଅଭିଷେକ ଶର୍ମା ଆରମ୍ଭରୁ ହିଁ ଦ୍ରୁତ ଗତିଲେ ସ୍କୋର କରିବା ଆରମ୍ଭ କରିଦେଇଥିଲେ । ହେଡ୍ ୭୬ ରନ କରିଥିବାବେଳେ ଅଭିଷେକ ୩୨ ରନ କରିଥିଲେ ।
ଆଜିର ଦିନ ଥିଲା ହେନେରିକ କ୍ଲାସେନଙ୍କର। ୩ୟ ସ୍ଥାନରେ ଆସିଥିବା କ୍ଲାସେନ କୋଲକାତା ବୋଲରଙ୍କ ଉପରେ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ଖେଳିଥିଲେ ଓ ମାତ୍ର ୩୭ଟି ବଲରେ ଶତକ ଅର୍ଜନ କରିଥିଲେ । ନିଜର ଏହି ଇନିଂସରେ ସେ ୯ଟି ଛକା ଓ ୭ଟି ଚୌକା ମାରିଥିଲେ ।
ତେବେ ଆଜିର ଦିନ ଥିଲା ହେନେରିକ କ୍ଲାସେନଙ୍କର । ଅଭିଷେକ ଆଉଟ ହେବା ପରେ ୩ୟ ସ୍ଥାନରେ ଆସିଥିବା କ୍ଲାସେନ କୋଲକାତା ବୋଲରଙ୍କ ଉପରେ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ଖେଳିଥିଲେ ଓ ମାତ୍ର ୩୭ଟି ବଲରେ ଶତକ ଅର୍ଜନ କରିଥିଲେ । ନିଜର ଏହି ଇନିଂସରେ ସେ ୯ଟି ଛକା ଓ ୭ଟି ଚୌକା ମାରିଥିଲେ । ସେ ମୋଟ ୧୦୫ ରନ କରିଥିଲେ । ଇଶାନ କିଷନ ୨୯ ରନ କରିଥିଲେ । ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୨୭୮ ରନ କରିଥିଲା ।
ସୂଚନାଯୋଗ୍ୟ ଯେ ଆଇପିଏଲର ସର୍ବାଧିକ ସ୍କୋର ରେକର୍ଡ ମଧ୍ୟ ହାଇଦ୍ରାବାଦ ନାଁରେ ରହିଛି । ହାଇଦ୍ରାବାଦ ଗତ ବର୍ଷ ଆରସିବି ବିରୋଧରେ ୨୮୭ ରନ କରିଥିଲା ।