ଆଇପିଏଲ୍ : କ୍ଲାସେନଙ୍କ ବିସ୍ଫୋରକ ଶତକ, କୋଲକାତା ଆଗରେ ୨୭୯ ରନର ବିଶାଳ ଲକ୍ଷ୍ୟ ରଖିଲା ହାଇଦ୍ରାବାଦ

ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୬୮ତମ ମ୍ୟାଚରେ ହେନରିକ କ୍ଲାସେନଙ୍କ ବିସ୍ଫୋରକ ଶତକ ବଳରେ କୋଲକାତା ଆଗରେ ୨୭୯ ରନର ଏକ ବିଶାଳ ଲକ୍ଷ୍ୟ ସ୍ଥାପନ କରିଛି ସନରାଇଜର୍ସ ହାଇଦ୍ରାବାଦ । 

klaasen

ନୂଆଦିଲ୍ଲୀ : ଦିଲ୍ଲୀର ଅରୁଣ ଜେଟଲି ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ୬୮ତମ ମ୍ୟାଚରେ ହେନରିକ କ୍ଲାସେନଙ୍କ ବିସ୍ଫୋରକ ଶତକ ବଳରେ କୋଲକାତା ଆଗରେ ୨୭୯ ରନର ଏକ ବିଶାଳ ଲକ୍ଷ୍ୟ ସ୍ଥାପନ କରିଛି ସନରାଇଜର୍ସ ହାଇଦ୍ରାବାଦ । 

ଏହି ମ୍ୟାଚରେ ହାଇଦ୍ରାବାଦ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଦଳର ଦୁଇ ଓପନର ଟ୍ରାଭିସ ହେଡ ଓ ଅଭିଷେକ ଶର୍ମା ଆରମ୍ଭରୁ ହିଁ ଦ୍ରୁତ ଗତିଲେ ସ୍କୋର କରିବା ଆରମ୍ଭ କରିଦେଇଥିଲେ । ହେଡ୍ ୭୬ ରନ କରିଥିବାବେଳେ ଅଭିଷେକ ୩୨ ରନ କରିଥିଲେ ।

ଆଜିର ଦିନ ଥିଲା ହେନେରିକ କ୍ଲାସେନଙ୍କର। ୩ୟ ସ୍ଥାନରେ ଆସିଥିବା କ୍ଲାସେନ କୋଲକାତା ବୋଲରଙ୍କ ଉପରେ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ଖେଳିଥିଲେ ଓ ମାତ୍ର ୩୭ଟି ବଲରେ ଶତକ ଅର୍ଜନ କରିଥିଲେ । ନିଜର ଏହି ଇନିଂସରେ ସେ ୯ଟି ଛକା ଓ ୭ଟି ଚୌକା ମାରିଥିଲେ ।

ତେବେ ଆଜିର ଦିନ ଥିଲା ହେନେରିକ କ୍ଲାସେନଙ୍କର । ଅଭିଷେକ ଆଉଟ ହେବା ପରେ ୩ୟ ସ୍ଥାନରେ ଆସିଥିବା କ୍ଲାସେନ କୋଲକାତା ବୋଲରଙ୍କ ଉପରେ ସଂପୂର୍ଣ୍ଣ ଆଧିପତ୍ୟ ବିସ୍ତାର କରି ଖେଳିଥିଲେ ଓ ମାତ୍ର ୩୭ଟି ବଲରେ ଶତକ ଅର୍ଜନ କରିଥିଲେ । ନିଜର ଏହି ଇନିଂସରେ ସେ ୯ଟି ଛକା ଓ ୭ଟି ଚୌକା ମାରିଥିଲେ । ସେ ମୋଟ ୧୦୫ ରନ କରିଥିଲେ ।  ଇଶାନ କିଷନ ୨୯ ରନ କରିଥିଲେ । ହାଇଦ୍ରାବାଦ ନିର୍ଦ୍ଧାରିତ ୨୦ ଓଭରରେ ୨୭୮ ରନ କରିଥିଲା । 

ସୂଚନାଯୋଗ୍ୟ ଯେ ଆଇପିଏଲର ସର୍ବାଧିକ ସ୍କୋର ରେକର୍ଡ ମଧ୍ୟ ହାଇଦ୍ରାବାଦ ନାଁରେ ରହିଛି । ହାଇଦ୍ରାବାଦ ଗତ ବର୍ଷ ଆରସିବି ବିରୋଧରେ ୨୮୭ ରନ କରିଥିଲା । 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe