କୋର୍ନେଲା ଡି’ଲୋବ୍ରେଗାଟ (ସ୍ପେନ୍‌), : ବାର୍ସିଲୋନା ୨୦୧୯ ପରେ ପ୍ରଥମ ଥର ଲାଗି ଲା ଲିଗା ଟ୍ରଫି ନିଶ୍ଚିତ କରିଛି। ଏହା ବାର୍ସିଲୋନାର ୨୭ତମ ଲା ଲିଗା ଟ୍ରଫି। ଏହାର ତାରକା ଖେଳାଳି ଲିଓନେଲ ମେସି ଦଳ ଛାଡ଼ିବା ପରେ ଏହି ଦଳର ଏହା ପ୍ରଥମ ମୁକୁଟ। ‌

Advertisment

ରବିବାର ନିଜର ଶେଷ ଲିଗ୍‌ ମ୍ୟାଚ୍‌ରେ ଏହି ଦଳ ୪-୨ ଗୋଲ୍‌ରେ ‌ସ୍ପାନିଅଲ୍‌କୁ ପରାସ୍ତ କରିଥିଲା। ଫଳରେ ବାର୍ସିଲୋନା ୩୪ ମ୍ୟାଚ୍‌ ଖେଳି ୨୭ ବିଜୟ, ୪ ଅମୀମାଂସିତ, ୩ ପରାଜୟରୁ ୮୫ ପଏଣ୍ଟ ପାଇଁ ଟେବୁଲର ଶୀର୍ଷରେ ରହିବା ସହ ୪ ମ୍ୟାଚ୍‌ ପୂର୍ବରୁ ଏହି ଟ୍ରଫି ଜିତି ନେଇଛି। ଏହା ପଛକୁ ରିଅଲ ମାଦ୍ରିଦ (୭୧ ପଏଣ୍ଟ) ଦ୍ବିତୀୟ ସ୍ଥାନରେ ରହିଛି। ଏହି ଦଳ ୪ ମ୍ୟାଚ୍‌‌ ଖେଳିବାକୁ ଥିଲେ ମଧ୍ୟ ବାର୍ସିଲୋନାକୁ ଟପିବାର ସମ୍ଭାବାନା ନାହିଁ। ତେଣୁ ବାର୍ସିଲୋନା ଆଗୁଆ ଏହି ଟ୍ରଫି ଜିତି ନେଇଛି। ଆଟ୍‌ଲେଟିକ ମାଦ୍ରିଦ (୬୯) ତୃତୀୟ ସ୍ଥାନରେ ରହିଛି।