ଆଶ୍ଚର୍ଯ୍ୟ ହେଲେ ବି ସତ, ଗୋଟିଏ ବଲ୍‌ରେ ୨୮୬ ରନ୍‌ କଲେ ଏହି ବ୍ୟାଟ୍ସମ୍ୟାନ! ଜାଣନ୍ତୁ କେମିତି

କ୍ରିକେଟ ଖେଳର ଗୋଟିଏ ଫଟୋ ଓ ସେଥିରେ ଥିବା ରୋଚକ ତଥ୍ୟ ନେଇ ସବୁଆଡେ ଚର୍ଚ୍ଚା ହେଉଛି । ଏଥିରେ କୁହାଯାଇଛି ଯେ ଗୋଟିଏ ମ୍ୟାଚ୍‌ରେ ୧ ବଲ୍‌ରେ ୨୮୬ ରନ୍‌ ହୋଇଥିଲା , କିନ୍ତୁ ଏହା କିପରି ସମ୍ଭବ? କ୍ରିକେଟ ଦୁନିଆରେ ଏପରି କିଛି ନିୟମ ନାହିଁ ଯେ ୧ ବଲ୍‌ରେ ୨୮୬ ରନ୍‌ ହୋଇପାରିବ । କିନ୍ତୁ ଏପରି ନିୟମ ଅଛି ଯେଉଁଥିରେ ବ୍ୟାଟ୍ସମ୍ୟାନ ଦୌଡି ୨୮୬ ରନ୍‌ କରିପାରିବେ, ଯାହା ଏହି ଫଟୋରେ ଲେଖା ହୋଇଛି । ଆସନ୍ତୁ ଜାଣିବା ଏହା ପଛର କାହାଣୀ…

ଏହି ଘଟଣା ପଶ୍ଚିମ ଅଷ୍ଟ୍ରେଲିଆରେ ଘଟିଥିଲା। ୧୫ ଜାନୁଆରି ୧୮୯୪ ସମୟର କଥାା ଏହି ମ୍ୟାଚରେ ଭିକ୍ଟୋରିଆ ଓ ସ୍କ୍ରାଚି ଏକାଦଶ ମଧ୍ୟରେ ଖେଳା ଯାଉଥିଲା ମ୍ୟାଚର ପ୍ରଥମ ବଲ୍‌ରେ ବ୍ୟାଟ୍ସମ୍ୟାନ ଏକ ଲମ୍ବା ସଟ୍‌ ମାରିଦେଇଥିଲେ ଯାହା ଫଳରେ ବଲ୍‌ଟି ପଡିଆ ମଝିରେ ଥିବା ଏକ ଗଛରେ ଲାଗି ଯାଇଥିଲା । ଏହା ପରେ ପଡିଆରେ ଦୁଇ ବ୍ୟାଟ୍ସମ୍ୟାନ ଲଗାତାର ଦୌଡିବାରେ ଲାଗିଥିଲେ । ବଲ୍‌ ଗଛରୁ ତଳକୁ ଆଣିବା ଭିତରେ ଦୁଇ ବ୍ୟାଟ୍ସମ୍ୟାନ ୨୮୬ ରନ୍‌ ନେଇ ଯାଇଥିଲେ, ଏଥି ମଧ୍ୟରେ ପାଖାପାଖି ଉଭୟ ୬ କିଲୋମିଟର ଦୌଡି ସାରିଥିଲେ । ଫିଲ୍ଡିଂ ଟିମ୍‌ର ଖେଲାଳି ଅମ୍ପାୟାରଙ୍କୁ ବଲ୍‌ ହଜି ଯାଇଛି ବୋଲି ଘୋଷଣା କରିବାକୁ କହିଥିଲେ କାରଣ ବ୍ୟାଟ୍ସମ୍ୟାନ ରନ୍‌ ନେବାରୁ ବଞ୍ଚିତ ହେବେ । କିନ୍ତୁ ବଲ୍‌ଟି ଗଛରେ ଥିବା ଦେଖା ଯାଉଥିବାରୁ ଅମ୍ପାୟାର ବଲ୍‌ ହଜିଯାଇଥିବା ଘୋଷଣା କରିନଥିଲେ ।

ଏହା ପରେ ଗଛକୁ କାଟିବା ପାଇଁ କଟୁରି ଖୋଜା ଯାଇଥିଲା କିନ୍ତୁ କଟୁରି ମିଳି ନ ଥିଲା । ତା’ପରେ ଜଣେ ଖେଳାଳି ନିଜ ବନ୍ଧୁକ ଆଣି ବଲ୍‌କୁ ଗୁଳି କରି ତଳକୁ ଖସାଇଥିଲେ, ଏହା ଭିତରେ ଖେଳାଳି ନିଜର ଧୈର୍ଯ୍ୟ ହରାଇସାରିଥିଲେ ସେଥିପାଇଁ କେହି ବି ବଲ୍‌କୁ କ୍ୟାଚ୍‌ କରିପାରିନ ଥିଲେ।

ସମ୍ବନ୍ଧିତ ଖବର