କାନପୁର: ଭାରତ-ବାଂଲାଦେଶ ଦ୍ବିତୀୟ ଟେଷ୍ଟ ମ୍ୟାଚର ଦ୍ବିତୀୟ ଦିନର ଖେଳ ବର୍ଷା ଯୋଗୁଁ ବାତିଲ ହୋଇଛି। ଶନିବାର ସକାଳୁ କାନପୁରରେ ଲଗାଣ ବର୍ଷା ଜାରି ରହିଥିଲା । ଏଭଳି ପରିସ୍ଥିତିରେ ଅମ୍ପାୟାରମାନେ ଗ୍ରାଉଣ୍ଡ ଷ୍ଟାଫଙ୍କ ସହ କଥା ହେବା ପରେ ଦିନର ଖେଳ ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲେ। ସେପ୍ଟେମ୍ବର ୨୯ ତାରିଖ ରବିବାର ବର୍ଷା ହେବାର ସମ୍ଭାବନା ୫୯% ରହିଛି।
ସେପ୍ଟେମ୍ବର ୨୭ ତାରିଖ ଶୁକ୍ରବାର ମ୍ୟାଚର ପ୍ରଥମ ଦିନ ମଧ୍ୟ ବର୍ଷା ଯୋଗୁଁ ଶୀଘ୍ର ଶେଷ ହୋଇଯାଇଥିଲା। ମାତ୍ର ୩୫ ଓଭର ଖେଳାଯାଇପାରିଥିଲା।
ସାଧାରଣତଃ ଗୋଟିଏ ଦିନରେ ୯୦ ଓଭର ବୋଲିଂ କରାଯାଏ। ଦିନର ଖେଳ ଶେଷ ସୁଦ୍ଧା ବାଂଲାଦେଶ ୩ ୱିକେଟ୍ ହରାଇ ୧୦୭ ରନ୍ କରିଛି। ମୋମିନୁଲ ହକ୍ ୪୦ ଓ ମୁଶଫିକୁର ରହିମ ୬ ରନ୍ କରି ଅପରାଜିତ ଫେରିଥିଲେ।
୨ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ ୧-୦ରେ ଆଗୁଆ ରହିଛି। ଗ୍ରୀନ୍ ପାର୍କ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ବାଂଲାଦେଶ ଅଧିନାୟକ ନଜମୁଲ ହୁସେନ ଶାଣ୍ଟୋ ୩୧ ରନ୍ କରିଥିଲେ। ତାଙ୍କୁ ରବିଚନ୍ଦ୍ରନ ଅଶ୍ୱିନ ଏଲବିଡବ୍ଲୁ କରିଥିଲେ। ସେ ଶାଣ୍ଟୋ ଓ ମୋମିନୁଲଙ୍କ ଅର୍ଦ୍ଧଶତକ ଭାଗିଦାରୀ ଭାଙ୍ଗିଦେଇଥିଲେ। ଏହା ପୂର୍ବରୁ ଆକାଶ ଦୀପ ସାଦମାନ ଇସଲାମ (୨୪ ରନ୍) ଓ ଜାକିର ହାସନ (ଶୂନ୍ୟ)ଙ୍କୁ ଆଉଟ୍ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/gzLPokENO67eZpUi8zYO.jpg)