ନୂଆଦିଲ୍ଲୀ: ବର୍ମିଂହାମ୍ରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ପୁରୁଷ ଭାରୋତ୍ତୋଳନକାରୀ ଜେରେମି ଲାଲରିନୁଙ୍ଗା ୬୭ କିଲୋଗ୍ରାମ ବର୍ଗରେ ରେକର୍ଡ ଓଜନ ଉଠାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ଆଉ ଏହା ସହ ସେ ନୂଆ ରେକର୍ଡ କରିଛନ୍ତି | ପ୍ରଥମେ ସେ ୧୪୦ କେଜି ଉଠାଇଥିଲେ ପରେ ଦ୍ବିତୀୟ ପର୍ଯ୍ୟାୟରେ ୧୬୦ କେଜି ଉଠାଇ ନୂଆ ରେକର୍ଡ କରିଥିଲେ। ତୃତୀୟ ପର୍ଯ୍ୟାୟରେ ୮୬ କେଜି ଉଠାଇଥିଲେ। ସ୍ନାଚ୍ରେ ଜେରେମି ୧୪୦ କେଜି ଉଠାଇଥିଲେ ଏବଂ କ୍ଲିନ୍ ଆଣ୍ଡ ଜର୍କରେ ୧୬୦ କିଲୋଗ୍ରାମ ଭାର ସହାୟତାରେ ସମୁଦାୟ ୩୦୦ କିଲୋଗ୍ରାମ ଉଠାଇ ନୂଆ ରେକର୍ଡ କରିଥିଲେ। ତେବେ ସେ ସ୍ବର୍ଣ୍ଣ ଜିତିବା ପରେ ଭାରତର ପଦକ ସଂଖ୍ୟା ୫ରେ ପହଞ୍ଚିଥିବାବେଳେ ଭାରୋତ୍ତୋଳନରେ ଦ୍ଵିତୀୟ ସ୍ବର୍ଣ୍ଣ ମିଳିଛି |
ସୂଚନା ଥାଉ କି ଜେରେମି ଲାଲରିନୁଙ୍ଗାଙ୍କ ପୂର୍ବରୁ ସଂକେତ ସରଗର (ରୌପ୍ୟ), ଗୁରୁରାଜ ପୂଜାରୀ (ବ୍ରୋଞ୍ଜ), ମିରାବାଇ ଚାନୁ (ସ୍ବର୍ଣ୍ଣ) ଏବଂ ବିନ୍ଦିଆରାଣୀ ଦେବୀ (ରୌପ୍ୟ) ପଦକ ଜିତିଥିଲେ | ସୂଚନା ଥାଉ କି ଯେ ଗତକାଲି ମୀରାବାଇ ଚାନୁ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଚମକ ଦେଖାଇ ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ଉପହାର ଦେଇଥିଲେ । ସେ ସ୍ନାଚ୍ରେ (୮୮ କିଲୋଗ୍ରାମ) ଓ କ୍ଲିନ୍ ଆଣ୍ଡ ଜର୍କ (୧୧୩ କିଲୋଗ୍ରାମ)କୁ ମିଶାଇ ମୋଟ ୨୦୧ କିଲୋଗ୍ରାମ ଭାର ଉଠାଇବା ସହ ଦେଶ ପାଇଁ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/vvvv-4.jpg)