ହାମ୍ବାଣ୍ଟୋଟା: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଯୁବ ଟେଷ୍ଟକୁ ଏକ ପାଳି ଓ ୨୧ ରନ୍ରେ ଜିତି ନେଇଥିବା ଭାରତୀୟ ଯୁବ ଦଳ ମଙ୍ଗଳବାରଠୁ ଆରମ୍ଭ ହୋଇଥିବା ଦ୍ୱିତୀୟ ଟେଷ୍ଟରେ ପୁଣି ଏକ ବଡ଼ ସ୍କୋର୍ ଅଭିମୁଖେ ଅଗ୍ରସର ହୋଇଛି। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଅଥରଓ୍ଵା ତାଇଡେଙ୍କ କ୍ରମାଗତ ଶତକ ସାଙ୍ଗକୁ ପବନ ଶାହାଙ୍କ ଅପରାଜିତ ଶତକ ବଳରେ ଭାରତ ଦ୍ୱିତୀୟ ଟେଷ୍ଟର ପ୍ରଥମ ଦିବସରେ ୪ ଓ୍ଵିକେଟ୍ ବିନିମୟରେ ୪୨୮ ରନ୍ କରିନେଇଛି।
ଟସ୍ ଜିତି ବ୍ୟାଟିଂ ନିଷ୍ପତି ନେଇଥିବା ଭାରତ ପାଇଁ ତାଇଡେଙ୍କ ସହ ଅଧିନାୟକ ତଥା ଓ୍ଵିକେଟ୍ରକ୍ଷକ ଅନୁଜ ରାଓ୍ଵତ୍ ପାଳି ଆରମ୍ଭ କରିଥିଲେ। ପ୍ରଥମ ଟେଷ୍ଟ୍ର ପ୍ରଥମ ପାଳିରେ ୧୧୩ ରନ୍ କରିଥିବା ତାଇଡେ ଦ୍ୱିତୀୟ ଟେଷ୍ଟ୍ର ପ୍ରଥମ ପାଳିରେ ବି ଶତକ ଜମାଇଲେ। ଶୁକ୍ରବାର ତାଇଡେ ୧୭୨ ବଲ୍ରୁ ୨୦ ଚୌକା ଓ ୩ ଛକା ସହାୟତାରେ ୧୭୭ ରନ୍ କରି କ୍ରମାଗତ ଦ୍ୱିତୀୟ ଶତକ ପୂରଣ କରିଥିଲେ। ତେବେ ଦ୍ୱିଶତକଠୁ ୨୩ ରନ୍ ଦୂରରେ ଥିଲା ବେଳେ ବିୟସକାନ୍ତଙ୍କ ଶିକାର ହୋଇଥିଲେ। ତେବେ ସେ ଆଉଟ୍ ହେବା ପୂର୍ବରୁ ରାଓ୍ଵତ୍ (୧୧)ଙ୍କ ସହ ପ୍ରଥମ ଓ୍ଵିକେଟ୍ରେ ୪୦ ଏବଂ ପବନ ଶାହାଙ୍କ ସହ ଦ୍ୱିତୀୟ ଓ୍ଵିକେଟ୍ରେ ୨୬୩ ରନ୍ ଯୋଡ଼ି ଦଳର ସ୍ଥିତି ଦୃଢ଼ କରିଦେଇଥିଲେ। ତାଇଡେଙ୍କ ଆଉଟ୍ ପରେ ଅବଶ୍ୟ ଦେବଦତ୍ତ ପାଡିକଲ୍ (୬) ଓ ଆର୍ଯ୍ୟନ୍ ଜୁୟଲ୍ (୪୧) ରନ୍ ଆଉଟ୍ ହୋଇଯାଇଥିଲେ। ତଥାପି ଜୁୟଲ୍ଙ୍କ ସହ ଚତୁର୍ଥ ଓ୍ଵିକେଟ୍ରେ ଶାହା ୭୬ ରନ୍ ଯୋଡ଼ିଥିଲେ। ଭାରତ ପ୍ରଥମ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହାର ବେଳକୁ ୪ ଓ୍ଵିକେଟ୍ ହରାଇ ୪୨୮ ରନ୍ କରିନେଇଥିଲା। ଅପରାଜିତ ଶାହା ୨୨୭ ବଲ୍ ଖେଳି ୧୯ ଚୌକା ସହାୟତାରେ ୧୭୭ ଓ ନେହରାଲ ଓ୍ଵାଧେରା ୫ ରନ୍ରେ ବ୍ୟାଟିଂ କରୁଛନ୍ତି।
ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଯୁବ ଟେଷ୍ଟ୍: ତାଇଡେ ଓ ଶାହାଙ୍କ ଶତକ; ଭାରତ ୪୨୮/୪
/sambad/media/post_attachments/wp-content/uploads/2018/07/seh3nsg4rmiv2s6srjpy-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)