ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ୨ୟ ଦିନିକିଆରେ ଟସ୍‌ ଜିଣି ଭାରତର ବ୍ୟାଟିଂ ନିଷ୍ପତ୍ତି

ପୋର୍ଟ ଅଫ ସ୍ପେନ୍‌: ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆକୁ ବର୍ଷା ଧୋଇ ନେଇଥିବା ବେଳେ ଦ୍ଵିତୀୟ ମ୍ୟାଚ୍‌ ରବିବାର ଖେଳାଯାଉଛି। ତ୍ରିନିଦାଦର ପୋର୍ଟ ଅଫ୍‌ ସ୍ପେନ୍‌ସ୍ଥିତ କୁଇସ୍‌ ପାର୍କ ଓଭାଲ ଷ୍ଟାଡିୟମରେ ଭାରତ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛି।

ଯୁବ ଖେଳାଳି ଶ୍ରେୟସ ଆୟରଙ୍କ ଉପରେ ପ୍ରଶଂସକଙ୍କ ନଜର ରହିଛି। ଆୟର ବର୍ଷା କାରଣରୁ ପ୍ରଥମ ଦିନିକିଆରେ ନିଜ ପ୍ରଦର୍ଶନରୁ ବଞ୍ଚିତ ହୋଇଥିଲେ। ଗାୟନାରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ମାତ୍ର ୧୩ ଓଭର ସମ୍ଭବ ହୋଇଥିଲା। ୱେଷ୍ଟଇଣ୍ଡିଜ୍‌ ଗସ୍ତରେ ଥିବା ଭାରତ ‘ଏ’ ପାଇଁ ଆୟର ଗତ ମାସରେ ୨ଟି ଅର୍ଧଶତକ ହାସଲ କରିଥିଲେ। ଏହାକୁ ଆତ୍ମବିଶ୍ୱାସ ଭାବେ ରଖିଛନ୍ତି ଆୟର। ଆୟରଙ୍କୁ ୪ ନମ୍ବର ସ୍ଥାନ ମିଳୁଥିବାରୁ ଶିଖର ଧାୱନ ଶୀର୍ଷରେ ଖେଳୁଥିବା ପର୍ଯ୍ୟନ୍ତ କେଏଲ୍‌ ରାହୁଲଙ୍କୁ ମଧ୍ୟକ୍ରମରେ ଖେଳିବାକୁ ପଡ଼ିବ।

ଭାରତୀୟ ଦଳ: ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା, ଶିଖର ଧାୱନ, ଶ୍ରେୟସ ଆୟର, ଋଷବ ପନ୍ତ (ୱିକେଟରକ୍ଷକ), ରବୀନ୍ଦ୍ର ଜାଦେଜା, କୁଲଦୀପ ୟାଦବ, କେଦାର ଯାଦବ, ମହମ୍ମଦ ସାମି, ଭୁବନେଶ୍ୱର କୁମାର, ଖଲିଲ୍‌ ଅହମ୍ମଦ

ୱେଷ୍ଟଇଣ୍ଡିଜ୍‌ ଦଳ: ଜାସନ୍‌ ହୋଲଡର (ଅଧିନାୟକ), କ୍ରିସ୍‌ ଗେଲ, ଏଭିନ୍‌ ଲୁଇସ, ସାଇ ହୋପ୍‌, ସିମ୍ରନ୍‌ ହେଟମେୟର, ନିକୋଲାସ ପୂରନ, ରସ୍ତନ୍‌ ଚେଜ୍‌, କାର୍ଲୋସ ବ୍ରାଥୱେଟ୍‌, ସେଲଡନ୍‌ କଟ୍ରେଲ, ଓସାନ୍‌ ଥମାସ, କେମାର ରୋଚ୍‌

ସମ୍ବନ୍ଧିତ ଖବର