୨ୟ ଟି-୨୦ : ୨ୟ ଓଭରରେ ୨ ରନ କରି ଆଉଟ ହେଲେ ଇଶାନ କିଷନ

କୋଲକାତା : କୋଲକାତାର ଇଡେନ ଗାର୍ଡେନ୍ସଠାରେ ଆଜି ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଖେଳାଯାଉଛି । ଏହି ମ୍ୟାଚରେ ଓ୍ବେଷ୍ଟ ଇଣ୍ଡିଜ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଫଳରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରୁଛି । ସର୍ବଶେଷ ଖବର ଅନୁସାରେ ଭାରତ ୪ ଓଭରରେ ଗୋଟିଏ ଓ୍ବିକେଟ ହରାଇ ୨୩ ରନ କରିଛି ।

ଓପନର ଇଶାନ କିଷନ ମାତ୍ର ୨ ରନ କରି ପାଭିଲିୟନ ଫେରିଛନ୍ତି । ମ୍ୟାଚର ୨ୟ ଓଭରରେ ସେ କଟ୍ରିଲଙ୍କ ବଲରେ ମେୟର୍ସଙ୍କ ହାତରେ ଧରା ପଡ଼ିଥିଲେ । ଫଳରେ ୨ୟ ଓଭରରେ ହିଁ ଭାରତକୁ ଝଟକା ଲାଗିଛି । କିଷନ ଆଉଟ ହେବା ପରେ ବିରାଟ କୋହଲି ରୋହିତ ଶର୍ମାଙ୍କ ସହ ଯୋଗ ଦେଇଛନ୍ତି ।

ଆଜିର ମ୍ୟାଚ ପାଇଁ ଭାରତୀୟ ଦଳରେ କୌଣସି ପରିବର୍ତ୍ତନ କରାଯାଇନଥିବାବେଳେ ଇଣ୍ଡଜ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ଫାବିଆନଙ୍କ ସ୍ଥାନରେ ଜାସନ ଖେଳୁଛନ୍ତି ।

ଭାରତ ଏବେ ସିରିଜରେ ୧-୦ରେ ଆଗୁଆ ରହିଛି । ଚଳିତ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ଭାରତ ଇଣ୍ଡିଜକୁ ୬ ଓ୍ବିକେଟରେ ପରାସ୍ତ କରିଥିଲା । ଓ୍ବେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୧୫୭ ରନ କରିଥିବାବେଳେ ଭାରତ ୪ ଓ୍ବିକେଟ ହରାଇ ୧୬୨ ରନ କରି ମ୍ୟାଚ ଜିତିନେଇଥିଲା ।

ସମ୍ବନ୍ଧିତ ଖବର