ବୁଧବାର ଖେଳାଯିବ ଭାରତ-ଶ୍ରୀଲଙ୍କା ୨ୟ ଟି୨୦

କଲମ୍ବୋ : ଭାରତୀୟ କ୍ରିକେଟ ଦଳର ସଦସ୍ୟ କ୍ରୁନାଲ ପାଣ୍ଡ୍ୟା କରୋନା ସଂକ୍ରମିତ ହେବା ପରେ ମଙ୍ଗଳବାର ଖେଳାଯିବାକୁ ଥିବା ଭାରତ ଶ୍ରୀଲଙ୍କା ୨ୟ ଟି୨୦ ମ୍ୟାଚକୁ ଗୋଟିଏ ଦିନ ପାଇଁ ଘୁଞ୍ଚାଇ ଦିଆଯାଇଛି । ଏବେ ମଙ୍ଗଳବାର ହେବାକୁ ଥିବା ମ୍ୟାଚ ବୁଧବାର ହେବ ଓ ୩ୟ ଟି୨୦ ପୂର୍ବପରି ଗୁରୁବାର ଦିନ ହେବ । ଅର୍ଥାତ ଦୁଇଟି ମ୍ୟାଚ ଲଗାତାର ଦୁଇଦିନ ଧରି ଅନୁଷ୍ଠିତ ହେବ ।

ମଙ୍ଗଳବାର ହେବାକୁ ଥିବା ମ୍ୟାଚ ପାଇଁ ଦୁଇ ଦଳର ଖେଳାଳିମାନଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଉଥିବାବେଳେ କ୍ରୁନାଲ ପଜିଟିଭ ଥିବା ଜଣାପଡ଼ିଥିଲା । ଏହା ପରେ ଦୁଇ ଦଳର ଖେଳାଳିମାନଙ୍କୁ ଏକାନ୍ତବାସରେ ରଖାଯାଇ ସମସ୍ତଙ୍କର ଆରଟିପିସିଆର ଟେଷ୍ଟ କରାଯାଉଛି । କ୍ରୁନାଲଙ୍କ ସଂସ୍ପର୍ଶରେ ଅତି କମରେ ୮ ଜଣ ଖେଳାଳି ଆସିଥିବା ଜଣାପଡ଼ିଛି । ସେମାନଙ୍କ ମଧ୍ୟରେ ପୃଥ୍ବୀ ଶ’ ଓ ସୂର୍ଯ୍ୟକୁମାର ଯାଦବ ଅଛନ୍ତି ।
ପ୍ରଥମ ଟି୨୦ରେ ଭାରତ ଶ୍ରୀଲଙ୍କାକୁ ୩୮ ରନରେ ପରାସ୍ତ କରିଥିଲା । ଆଉ ଗୋଟିଏ ମ୍ୟାଚ ଜିତିଲେ ଭାରତ ସିରିଜ ବିଜୟୀ ହେବ ।

ସମ୍ବନ୍ଧିତ ଖବର