ଲର୍ଡସ୍‌ ଟେଷ୍ଟ: ଲଣ୍ଡନରେ ବର୍ଷା ଜାରି, ବିନା ଟସ୍‌ରେ ନିର୍ଦ୍ଧାରିତ ସମୟ ପୂର୍ବରୁ ମଧ୍ୟାହ୍ନ ଭୋଜନ ବିରତି

ଲଣ୍ଡନ: ଟିମ୍‌ ଇଣ୍ଡିଆ ଓ ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍‌ର ଶୃଙ୍ଖଳାର ୨ୟ ମୁକାବିଲା ଲର୍ଡସ୍‌ର ଐତିହାସିକ ଷ୍ଟାଡିୟମରେ ଖେଳାଯିବ। ଲଣ୍ଡନରେ ବର୍ତ୍ତମାନ ସ୍ୱଳ୍ପ ବୃଷ୍ଟିପାତ ଜାରି ରହିଛି, ଯେଉଁଥି ପାଇଁ ମ୍ୟାଚ୍‌ ଆରମ୍ଭ ହେବାରେ ବିଳମ୍ବ ଦେଖାଯାଇଛି। ଟସ୍‌ ପାଇଁ ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ଟା ରଖାଯାଇଥିଲା। ପଡ଼ିଆକୁ କଭର ଦ୍ୱାରା ବନ୍ଦ ରଖାଯାଇଥିବା ବେଳେ ବର୍ଷା ଜାରି ରହିଛି। ବର୍ଷା ଜାରି ରହିବା ଫଳରେ ନିର୍ଦ୍ଧାରିତ ସମୟ ପୂର୍ବରୁ ମଧ୍ୟାହ୍ନ ଭୋଜନ ବିରତି ହୋଇଛି। ଫଳରେ ୨ୟ ଟେଷ୍ଟର ପ୍ରଥମ ସେସନର ଖେଳକୁ ବର୍ଷା ଧୋଇ ନେଇଛି।

ପ୍ରଥମ ମ୍ୟାଚ୍‌ ହାରିବା ପରେ ଭାରତୀୟ ଟିମ୍‌ ୨ୟ ମ୍ୟାଚକୁ ଲର୍ଡସ୍‌ରେ ଇଂଲଣ୍ଡକୁ ମୁକାବିଲା କରିବା ପୂର୍ବରୁ ରଣନୀତି ପ୍ରସ୍ତୁତ କରିସାରିଛି। ଏହି ମ୍ୟାଚରେ ବିଜୟୀ ହେବା ପାଇଁ ବ୍ୟାଟସ୍‌ମ୍ୟାନଙ୍କୁ ଅଧିକ ଦାୟିତ୍ୱ ସଂପନ୍ନ ହେବାକୁ ପଡିବ।

ଅଧିନାୟକ ବିରାଟ କୋହଲିଙ୍କୁ ଯଦି ବର୍ମିଂହାମରେ ଅନ୍ୟ ବ୍ୟାଟସ୍‌ମ୍ୟାନଙ୍କ ସହଯୋଗ ମିଳି ଯାଇଥାନ୍ତା, ତା’ହେଲେ ଭାରତର ବିଜୟ ସୁନିଶ୍ଚିତ ହୋଇଥାନ୍ତା। ଯେହେତୁ ଭାରତ ପ୍ରଥମ ମୁକାବିଲାର ପରାସ୍ତ ହୋଇଛି, ଏବେ ୨ୟ ମ୍ୟାଚ୍‌ ପାଇଁ ଚ୍ୟାଲେଞ୍ଜ କରିବାକୁ ପଡ଼ିବ।

ସମ୍ବନ୍ଧିତ ଖବର